Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ବାଘ ଖେଳାଇଛି ଆତଙ୍କ ।

1 min read

କେନ୍ଦ୍ରାପଡ଼ା ; କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଘ ଆତଙ୍କ। ବାଘ ପରି ଦେଖା ଯାଉଥିବା ଏକ ଅଜଣା ଜନ୍ତୁଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଗତକାଲି ଆଳି ଡ଼ାକବଙ୍ଗଳା ଛକରେ ବାଘପରି ଦିଶୁଥିବା ଏକ ଅଜଣା ଜନ୍ତୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଯାହାକୁ ନେଇ ଭୟର ବାତାବରଣ ଦେଖାଯିବା ପରେ ରାଜନଗର ବନବିଭାଗ ଘଟଣାସ୍ଥଳରେ ପହଁଚି ବାଘ ପରି ଦିଶୁଥିବା ଅଜଣା ଜନ୍ତୁଙ୍କୁ ଖୋଜା ଖୋଜି ଜାରି ରଖିଛି। କିନ୍ତୁ ବର୍ତ୍ତମାନ ବାଘ କିମ୍ବା ଅନ୍ୟ କେଉଁ ଜନ୍ତୁ ତାହା ସ୍ପଷ୍ଟ ହୋଇପାରିନାହିଁ। ଏନେଇ ସ୍ଥାନୀୟଲୋକ ଓ ବନବିଭାଗ ସହିତ ଅଧିକ ଆଲୋଚନା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *