Pratidin TV

Odisha's Digital News Platform

ଥାନାରୁ ବିଦାୟ ନେଲେ ଲେଡି ସିଙ୍ଘମ୍ SP ସାଗରିକା , କାନ୍ଦିଲେ ସହକର୍ମୀ ।

1 min read

ଆଇପିଏସ ସ୍ତରରେ ହୋଇଥିବା ବଡ ଧରଣର ଅଦଳବଦଳ । ଆଉ ଏହାର ପ୍ରଭାବ ପୁରା ଓଡିଶାର କୋଣ ଅନୁକୋଣ ଥାନାରେ ପଡିଛି । ଏଥି ମଧ୍ୟରୁ ଏସପି ,ଡିସିପି ମାନଙ୍କ ପୁରୁଣା ଥାନାରୁ ବିଦାୟ ନେବା ଆଉ ନୂଆ ଥାନାରେ ଯୋଗ ଦେବା ଖବର ସାମ୍ନାକୁ ଆସିଛି । ନିକଟରେ ଭୁବନେଶ୍ୱର ନୂଆ ଡିସିପି ପିନାକ ମିଶ୍ର ଅଫିସରେ ଦାୟିତ୍ୱ ଗ୍ରହଣ ସମୟର ଭିଡିଓ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ କାରଣ ସେ ଡ୍ୟୁଟିରେ ଯୋଗଦେବା ପୂର୍ବରୁ ବା ନିଜ ଗାଦିରେ ବସିବା ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ଅଫିସରେ ସ୍ଥାପନା କରିଥିଲେ । ଆଉ ମୁଣ୍ଡିଆ ମାରି ଭୁବନେଶ୍ୱରର ଏହି ବଡ ଦାୟିତ୍ୱ ସମ୍ଭାଳିଥିଲେ ।

ତେବେ ଅନ୍ୟପଟେ ବାଲେଶ୍ୱରରୁ କିଛି ଏମିତି ଦୃଶ୍ୟ ଆସିଛି ଯାହାକୁ ଦେଖିଲେ ଆପଣମାନେ ବି ଭାବବିହ୍ୱଳ ହୋଇପଡିବେ । କାରଣ କଠୋର ହୃଦୟ କୁହାଯାଉଥିବା ପୋଲିସ ଅଫିସରମାନଙ୍କ ଏଭଳି କାନ୍ଦ ବୋଧେ ଆପଣ କେବେ ଦେଖି ନଥିବେ । କାରଣ ସେ ଏହି ବର୍ଦି ପିନ୍ଧିବା ପୂର୍ବରୁ ନିଜକୁ ଖୁବ୍ କଠୋର କରିଦେଇଥାନ୍ତି । ଯେମିତିକି ସେ ଡ୍ୟୁଟିରେ ଥିବା ସମୟରେ କୌଣସି ପାରିପାଶ୍ୱିକ ସ୍ଥିତି ତାଙ୍କୁ ଦୋହଲାଇ ପାରିବନି ।

Advertisement

କିନ୍ତୁ ଆଜି ବାଲେଶ୍ୱର ପୋଲିସ ହେଡ କ୍ବାଟରରୁ ଆସିଥିବା ଦୃଶୟ ସମସ୍ତଙ୍କୁ ଚକିତ କରିଛି । କାରଣ ଆଜି ବାଲେଶଯବରରୁ ବିଦାୟ ନେଇଛନ୍ତି ଲେଡି ସିଙ୍ଘମ ସାଗରିକା ସେ ଖୋର୍ଦ୍ଧାକୁ ବଦଳିହୋଇଛନ୍ତି । ତେଣୁ ଆଜି ଶେଷ ଦେଖା କରି ସମସ୍ତଙ୍କ ଠାରୁ ବିଦାୟ ନେଇଥିଲେ । ସେଠାରେ ପୁରା ଜିଲ୍ଲା ପୋଲିସ ସାଗରିକାଙ୍କୁ ଫୁଲ ବୃଷ୍ଟି କରି ବିଦାୟ ଦେଇଛନ୍ତି। ସେହିପରି ସେଠାରେ ବାଲେଶ୍ବରର ବହୁ ଜନତା ମଧ୍ୟ ଯୋଗଦେଇ ସାଗରିକାଙ୍କୁ ବିଦାୟ ଦେଇଛନ୍ତି। ଏପରିକି କେତେକ ମହିଳା କାନ୍ଦୁ ଥିବାର ମଧ୍ୟ ଦେଖା ଯାଇଛି। ସେହିପରି କେତେକ ପୋଲିସ ଅଧିକାରୀ ସାଗରିକାଙ୍କ ପାଦ ଛୁଇଁ ଆର୍ଶିବାଦ ନେବା ପାଇଁ ଚେଷ୍ଠା କରୁଥିବା ବେଳେ ସାଗରିକା ସେଥିରୁ ବାରଣ କରି ଘୁଞ୍ଚି ଆସିଥିବାର ଦେଖାଦେଇଛି।

ତେବେ ବିଦାୟ ବେଳେ ସାଗରିକା କହିଛନ୍ତି ଯେ, ମୋର ଦୁଇ ବର୍ଷ ବାଲେଶ୍ବରରେ ରହଣି ଭିତରେ ଅନେକ କିଛି କାର୍ଯ୍ୟ କରିଛି। ବିଶେଷ କରି ବାହାନଗା ରେଳ ଦୁର୍ଘଟଣା ବଡ ଚ୍ୟାଲେଞ୍ଜ ଥିଲା। ଯାହାକୁ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ବାଲେଶ୍ବରରେ ବାଲି ମାଫିଆଠାରୁ ଆରମ୍ଭ କରି ଡ୍ରଗ ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ସାବାଡ କରିବାରେ ଆମେ ସଫଳତା ହାସଲ କରିଛୁ।

Leave a Reply

Your email address will not be published. Required fields are marked *