ପୁଣି ରାଜ୍ୟରେ ଛାତ୍ରୀ ଆତ୍ମହତ୍ୟା : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..
1 min readପୁରୀ : ୨୦୨୨ ରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା ସୁଇସାଇଡ୍ ଟ୍ରେଣ୍ଡ । ଯାହା ଏବେ ସାରା ଜିଲ୍ଲାକୁ ଗ୍ରାସ କରିଛି । ୨୦୨୩ ନୂଆ ବର୍ଷର ପ୍ରଥମ ଦିନରେ ହିଁ ଆରମ୍ଭ ହୋଇଯାଇଛି ଆତ୍ମହତ୍ୟାର ସେଇ ପୁରୁନା ଖେଳ । ରାଜ୍ୟରେ ଥମିବାର ନା ଧରୁନି ଛାତ୍ରଛାତ୍ରୀ ଆତ୍ମହତ୍ୟା ମାମଲା । ଯୁବପିଢିକି ଯେପରି ଘାରିଛି ଆତ୍ମହତ୍ୟା ନିଶା । ପ୍ରତ୍ୟକ ସମାସ୍ୟାର ସମାଧାନ ଯେପରି ପାଲଟିଯାଇଛି ଆତ୍ମହତ୍ୟା । ନିଜର ହିତାହତ ଜ୍ଞାନ ହରାଇ ବସି ଶେଷରେ ବାଛିନେଉଛନ୍ତି ଆତ୍ମହତ୍ୟା ରାସ୍ତା ।
ସେହିଭଳି ରବିବାର ଅର୍ଥାତ୍ ୨୦୨୩ର ପ୍ରଥମ ଦିନରେ ହିଁ ପୁରୀ ଜିଲ୍ଲାରୁ ଆସିଛି ଏଭଳି ଏକ ଅଘଟଣ । ପୁରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀ ନିବାସରୁ ଗତକାଲି ରାତ୍ରୀ ୧୨ ଟା ସମୟରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସେହିପରି ମିଳିଥିବା ସୂଚାନ ଅନୁଯାୟୀ ମୃତ ଛାତ୍ରୀଙ୍କ ନାଁ ପ୍ରଜ୍ଞା ପରମିତା ପରିଡା । ସେ ବେଦାନ୍ତ ବିଭାଗର ପିଜି ପ୍ରଥମ ବର୍ଷ ଛାତ୍ରୀ ଥିଲେ । ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ।
ତେବେ ହଷ୍ଟେଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପ୍ରଜ୍ଞା କିଛି ଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ । ବହୁତ୍ ଗୁମ୍ ସୁମ୍ ମଧ୍ୟ ଜଣାପଡୁଥିଲେ । ନୂଆ ବର୍ଷ ଛୁଟିରେ ସବୁ ଚାତ୍ରଛାତ୍ରୀମାନେ ଘରକୁ ଯାଇଥିଲେ ମଧ୍ୟ ପ୍ରଜ୍ଞା ନିଜ ରୁମରେ ଏକୁଟିଆ ଥିଲେ । ତେବେ ପ୍ରଜ୍ଞା ହଷ୍ଟେଲରେ ଏକ ସିଙ୍ଗିଲ ବେଡ୍ଥିବା ରୁମ୍ରେ ରହୁଥିବା ଜଣାପଡିଛି ।
ହଠାତ୍ ସେ ଏପରି କରିବା ହଷେ୍ଟଲ କତ୍ତୃପକ୍ଷଙ୍କୁ ଚମକାଇ ଦେଇଛି । ଖବରପାଇ ଆଜି ସକାଳୁ ପୁରୀ ସି ବିଚ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ପ୍ରଜ୍ଞାଙ୍କୁ ଉଦ୍ଧାର କରିଥିଲା । ଏବଂ ଶବକୁ ବ୍ୟବଚ୍ଚୈଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।