Pratidin TV

Odisha's Digital News Platform

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା; ୩୬ ମାଓବାଦୀ ନିହତ

1 min read

ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ସମସ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

ଜଙ୍ଗଲ ମଧ୍ୟରୁ ୩୬ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ତେଣୁ ଆଗକୁ ଆହୁରି ମୃତଦେହ ମିଳିବାର ସମ୍ଭାବନା ରହିଛି। ୩୬ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି | ତେବେ ସବୁଠୁ ଭଲ କଥା ହେଉଛି ଏହି ଏନକାଉଣ୍ଟରରେ ଜଣେ ହେଲେ ବି ସୁରକ୍ଷାକର୍ମୀ ଆହତ ହୋଇ ନାହାନ୍ତି ।

Advertisement

ଗୁରୁବାର ଠାରୁ ଜଙ୍ଗଲ ମଧ୍ୟରେ ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି) ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା। ଆଜି ପ୍ରାୟ ଦିନ ୧୨.୩୦ ବେଳେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବ ରେ ସୁରକ୍ଷାକର୍ମୀ ମଧ୍ୟ ଆଖି ବୁଜା ଗୁଳି ଚାଳନା କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ଏକେ ୪୭ ରାଇଫଲ ଓ ଏସଏଲଆର । ଚଳିତବର୍ଷ କେବଳ ବସ୍ତର ଅଞ୍ଚଳରେ ୧୬୦ରୁ ଅଧିକ ମାଓବାଦୀ ନିହତ ହେଲେଣି ।

Leave a Reply

Your email address will not be published. Required fields are marked *