ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା, ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ
1 min readଆଜି ଚାଷୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା | ପିଏମ୍-କିଷାନ ଯୋଜନାରେ ଚାଷୀଙ୍କୁ ୧୮ତମ କିସ୍ତି ବାବଦରେ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯.୪ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏ ଯିବ।
ମହାରାଷ୍ଟ୍ରର ଓ୍ବାଶିମ୍ଠାରେ ଏକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବା ବେଳେ ସେଠାରେ ନରେନ୍ଦ୍ର ମୋଦି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ | ପ୍ରତ୍ୟକ ପିଏମ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀଙ୍କ ଆକାଉଣ୍ଟକୁ ୧୮ ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପିଏମ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବ ମୋଟ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ତାଙ୍କ ହେବ | ତେବେ ଏହି ପିଏମ କିଷାନ ଯୋଜନାର ୧ଥା ତମ କିସ୍ତି ଟଙ୍କା ପଠାଇବା ପରେ ୯ କୋଟି ୫0 ଲକ୍ଷ ଚାଷୀ ହେବେ ଉପକୃତ | ତେବେ ଖବର ଅନୁଯାୟୀ ପ୍ରତିବର୍ଷ ୩ଟି କିସ୍ତିରେ ଚାଷୀଙ୍କ ଆକାଉଣ୍ଟ କିସ୍ତି ପଠାଉଛନ୍ତି ନରେନ୍ଦ୍ର ମୋଦି | ଉକ୍ତ ଯୋଜନାରେ ହିତାଧିକାରୀ ଚାଷୀମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ୩ଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ। ତେବେ ଆଜି ଏହି ଯୋଜନାର ୧୮ ତମ କିସ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଉଣ୍ଟକୁ ଟଙ୍କା ପ୍ରଦାନ କରିବେ |
ତେବେ ସେହିପରି ସିଏମ କିଷାନ ଯୋଜନାରେ ଓଡ଼ିଶାର ସିଏମ ମୋହନ ମାଝୀ ପୂର୍ବରୁ ଟଙ୍କା ପଠାଇଥିଲେ | ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ଚାଷୀମାନେ ୨ଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ | ପ୍ରଥମେ ୨ ହଜାର ଟଙ୍କା ନୂଆଖାଇ ଏବଂ ଅବଶିଷ୍ଟ ଅର୍ଥରାଶି ଅକ୍ଷୟ ତୃତୀୟାକୁ ପ୍ରଦାନ କରାଯିବ | ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ରହିଛି | ବର୍ଷକୁ ୩ ଟି କିସ୍ତିରେ ସେ ଅର୍ଥରାଶୀର ସହଯୋଗ ପାଇବେ