Pratidin TV

Odisha's Digital News Platform

ଭଉଣୀ ପିଠିରେ ବିଶ୍ୱାସଘାତକତାର ଛୁରା ଭୁସିଲା ଭାଇ ; ଭଉଣୀକୁ ମୃତ ଦର୍ଶାଇ ସମ୍ପତ୍ତି ହାତେଇ ନେଲେ ।

1 min read

ଜଳେଶ୍ଵର ; ଭଉଣୀ ପିଠିରେ ବିଶ୍ୱାସଘାତକ ଛୁରା ଭୁସିଲା ଭାଇ । ଭଉଣୀକୁ ମୃତ ଦର୍ଶାଇ ସମ୍ପତ୍ତି କୁ ନିଜ ନାଁରେ କରିନେଲା ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଚମାରଗାଁ ପଞ୍ଚାୟତ ଭଣ୍ଡାରପଲ୍ଲୀ ଗାଁର ଜଣେ ବୃଦ୍ଧା ମହିଳାଙ୍କୁ ମୃତ ବୋଲି ଦର୍ଶାଇ ତାଙ୍କ ସମ୍ପତ୍ତିକୁ ହାତେଇ ନିଆଁ ଯାଇଥିବା ରାଇବଣିଆ ଥାନା ସମେତ ଜଳେଶ୍ଵର ସିଭିଲ ଜଜ କୋର୍ଟରେ ଅଭିଯୋଗ ହୋଇଛି।ଜୀବିତ ଥାଉ ଥାଉ ମହିଳାଙ୍କ ସମ୍ପତ୍ତି କିପରି ଅନ୍ୟମାନଙ୍କ ନାମରେ ସରକାରୀ ରେକର୍ଡ ରେ ନାମିତ ହୋଇଗଲା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଚମାରଗାଁ ପଞ୍ଚାୟତ ଭଣ୍ଡାରପଲ୍ଲୀ ଗାଁର ବାଳାମଣି ଘୋଷଙ୍କ ନାମରେ ଭଣ୍ଡାରପଲ୍ଲୀ ମୌଜା ରେ ଖାତା ନମ୍ବର ୪୬୬ ରେ ୮ ଟି ପ୍ଲଟରେ ମୋଟ ୨ ଏକର ୨୦ ଡେସିମିଲି ଜମି ଥିଲା।ତେବେ କିଛି ମାସ ତଳେ ତାଙ୍କର ଏହି ସମ୍ପତ୍ତିରୁ ୧ ଏକର ୩୨ ଡେସିମିଲି ସମ୍ପତ୍ତି କୁ ତାଙ୍କର ଦୁର ସମ୍ପର୍କୀୟ କୁହା ଯାଉଥିବା ଶ୍ରୀରାମପୁର ପଞ୍ଚାୟତ ପେଣ୍ଡରାସାହି ଗ୍ରାମର ଅଳ୍ପନା ପ୍ରଧାନ,ପ୍ରମିଳା ପ୍ରଧାନ ଓ ପ୍ରଦୀପ ପ୍ରଧାନ ଙ୍କ ନାମରେ ନାମିତ ହୋଇଥିବାର ବିଭିନ୍ନ ସରକାରୀ ନଥିପତ୍ରରୁ ଜଣା ପଡିଥିଲା।

Advertisement

ଏହାପରେ ବୃଦ୍ଧ ବାଳାମଣି ଜଳେଶ୍ଵର ସିଭିଲ କୋର୍ଟ କୁ ଯିବାପରେ ଜାଣିଲେ ତାଙ୍କ ସମ୍ପତ୍ତିକୁ ହାତେଇବା ପାଇଁ ତାଙ୍କୁ ମୃତ ଦର୍ଶାଇ ଯାଇଛି।ସେହିପରି ବାଳାମଣିଙ୍କ ପୁଅଝିଅ ଥିଲେ ମଧ୍ୟ ସେମାନଙ୍କ ବାବଦରେ ତଥ୍ୟ ଦିଆ ନଯାଇ ବଂଶାବଳୀକୁ ଭୁଲ ଭାବେ ଦର୍ଶାଇ ଅଳ୍ପନା,ପ୍ରମିଳା ଓ ପ୍ରଦୀପଙ୍କୁ ତାଙ୍କ ଉତ୍ତରାଧିକାରୀ ବୋଲି ଉଲ୍ଲେଖ କରାଯାଇଛି।ବାଳାମଣି ଙ୍କୁ ତାଙ୍କ ସମ୍ପତ୍ତିକୁ ବେଦଖଲ କରାଯିବାକୁ ଏହି ହିନ ଯୋଜନା କରିଥିବା ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ସମ୍ପତ୍ତି ପୁଣି ସରକାରୀ ନଥିପତ୍ର ରେ ତାଙ୍କ ନାମିତ କରାଯାଉ ବୋଲି ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *