Pratidin TV

Odisha's Digital News Platform

ବୈଠକରେ ହଟ୍ଟଗୋଳ ; ରାଗି ଚାଲିଗଲେ ବିଧାୟକ ପ୍ରଶାନ୍ତ ଜଗଦେଵ ଓ ବିଭୂତି ବଳବନ୍ତରାୟ ।

1 min read

ଖୋର୍ଦ୍ଧା : ଜିଲ୍ଲା ପରିଷଦ ବୈଠକରୁ ରାଗି ଚାଲିଗଲେ ଖୋର୍ଦ୍ଧା ଓ ଜଟଣୀ ବିଧାୟକ ପ୍ରଶାନ୍ତ ଜଗଦେଵ ଓ ବିଭୂତି ବଳବନ୍ତରାୟ। ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାଗୃହରେ ଷଷ୍ଠ ଜିଲ୍ଲା ପରିଷଦର ୩ ୟ ସାଧାରଣ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ,ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ବିଧାୟକ ବାବୁ ସିଂ,ନବକିଶୋର ମଲ୍ଲିକ,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀ ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗ ରେ ଆଲୋକପାତ କରିଥିଲେ।

ତେବେ ସଭା ଆରମ୍ଭ ରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ସମୟରେ ସଭା କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସଭା ପରିଚାଳନା କରିବାକୁ ଯାଉଥିବା ବେଳେ ଏହାକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଘୋର ବିରୋଧ କରିଥିଲେ।ଫଳରେ ଉଭୟଙ୍କ ମଧ୍ୟରେ କିଛି ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ଜିଲାପାଳ ମଧ୍ୟ ବୁଝାଇବାକୁ ଚେଷ୍ଟା କରି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଗାଡି ପର୍ଯ୍ୟନ୍ତ ଯାଇଥିଲେ। ହେଲେ ବିଧାୟକ ପ୍ରଶାନ୍ତ ଜଗଦେଵ ସଭା ଛାଡି ଚାଲି ଯାଇଥିଲେ। ଏନେଇ ଉପାଧ୍ୟକ୍ଷ ଗୋପୀନାଥ ମହାରଣା କହନ୍ତି ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲା ପରିଷଦ ବୈଠକ ରେ ଆବଶ୍ୟକ ସ୍ଥଳେ ଉପାଧ୍ୟକ୍ଷ ସଭା ପରିଚାଳନା କରିବାରେ ଅସୁବିଧା ନାହିଁ। ତେବେ ସେ ଆମ ଜିଲ୍ଲା ପରିଷଦ ବୈଠକରେ ଅତିଥି ରୂପେ ଆସିଥାନ୍ତି।

Advertisement

ଏଭଳି ଅଯୁକ୍ତିକ କଥାକୁ ନେଇ ସଭା ଛାଡି ଚାଲିଯିବା ଅତ୍ୟନ୍ତ ଦୁଃଖର ବିଷୟ।ସେପଟେ ଏହି ଘଟଣା ଘଟିବା ପରେ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ କିଛି ଅଭିଯୋଗ କରି କହିଥିଲେ କି ଜଟଣୀ ର ବର୍ତ୍ତମାନର ବିଡ଼ିଓ ପୂର୍ବତନ ବିଧାୟକ ପାଣ୍ଠିର ଅର୍ଥ କାର୍ଯ୍ୟଦେଶ ପ୍ରଦାନ କରିବାରେ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ବିଲ କରିବାରେ ବହୁତ ହଇରାଣ କରୁଛନ୍ତି।ଜଣେ ଲୋକ ପ୍ରତିନିଧି ହିସାବ ରେ ଲୋକଙ୍କ କାମ ନେଇ ଗଲେ ବିଡ଼ିଓ ସହଯୋଗ କରୁ ନଥିବାରୁ ଅସନ୍ତୋଷ ପ୍ରକାଶ କରି ସଭା ଛାଡି ଅଧାରୁ ପଳାଇଥିଲେ। ନୂତନ ସରକାରଙ୍କ ସମୟରେ ପ୍ରଥମ ଜିଲ୍ଲା ପରିଷଦ ବୈଠକରେ ଦୁଇ ଦୁଇ ଜଣ ବିଧାୟକ ସଭା ଛାଡି ଯିବା ନେଇ ଏବେ ଖୋର୍ଦ୍ଧା ରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଖୋଲାଖୋଲି କେହି କହି ନ ଥିଲେ ମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ,ଜୟଦେବ ବିଧାୟକ ଘଟଣା କୁ ସ୍ୱୀକାର କରିଛନ୍ତି।।

Leave a Reply

Your email address will not be published. Required fields are marked *