Pratidin TV

Odisha's Digital News Platform

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ , ଡିସେମ୍ବର ୨୬ ରୁ ଆରମ୍ଭ …

1 min read

ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ତାରିଖ , ଏଥର ୨ ଟି ପର୍ଯ୍ୟାୟରେ ହେବ ପରୀକ୍ଷା । ସୂଚନା ମୁତାବକ, ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ । ଏହାପରେ ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା ।

ଅନ୍ୟପଟେ ଫେବ୍ରୁଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ ପରୀକ୍ଷା ହେବ। ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।
ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ୭୫% ଉପସ୍ଥାନ ନଥିବ ସେମାନଙ୍କୁ ଆଡମିଟ କାର୍ଡ ଦିଆଯିବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *