Pratidin TV

Odisha's Digital News Platform

ଘୋଡା ଚଢି ଭୋଟ୍ ଦେବାକୁ ଆସିଲେ ସାଂସଦ ନବୀନ ଜିନ୍ଦଲ ।

1 min read

ହରିୟାଣାର ରାଜନୀତି ଏବେ ବେଶ୍ କୌତୁହଳପୂର୍ଣ୍ଣ । ଅକ୍ଟୋବର ୫ରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ଏମିତିରେ ଅନେକ ନେତା ଭୋଟ ଦେବାକୁ ପହଞ୍ଚିଥିଲେ , ଆଉ ଜନସାଧାରଣଙ୍କୁ ମଧ୍ୟ ଭୋଟ ଦେବାକୁ ଉତ୍ସାହିତ କରିଥିଲେ । କିନ୍ତୁ ଏସବୁ ଭିତରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲ । କାହିଁକି ନା ସେ ନିଜ ମା ସାବିତ୍ରୀ ଜିନ୍ଦଲଙ୍କୁ ଭୋଟ ଦେବା ପାଇଁ କୌଣସି ଦାମୀ କାର୍ ନୁହଁ ବରଂ ଘୋଡାରେ ଚଢି ପୋଲିଂ ବୁଥରେ ପହଞ୍ଚିଥିଲେ ।

ତେବେ ଏହି ବିଜେପି ସାଂସଦଙ୍କ ଏପରି ଏଣ୍ଟ୍ରିରେ ଯେଉଁଠି ତାଙ୍କୁ ଦେଖିବା ପାଇଁ ସାଧାରଣ ଲୋକ ଭିଡ ଜମାଇଥିଲେ । ସେଠି ବିରୋଧୀ ଦଳ ତାଙ୍କ ଉପରେ ରାଗିଯାଇଥିଲେ ।

କାହିଁକି ଆସିଥିଲେ ଘୋଡାରେ ଖୋଲିଲେ ରାଜ୍ –
ତେବେ ନବୀନ ଜିନ୍ଦଲ ଏପରି ଘୋଡା ଉପରେ ଚଢି ଆସିବା କାରଣର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଆମେ କୌଣସି ଶୁଭ କାର୍ଯ୍ୟକୁ ଯିବା ସମୟରେ ଘୋଡା ଉପରେ ବସିକି ଗଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ମୁଁ ମୋ ମାଙ୍କୁ ଭୋଟ ଦେବାକୁ ଯିବା ପାଇଁ ଘୋଡା କୁ ଚୟନ କରିଥିଲି ।

ସେହିଭଳି ବିରୋଧୀ ଦଳଙ୍କ ସମାଲୋଚନାକୁ ଖାତିର ନକରି ନବୀନ କହିଛନ୍ତି ଯେ ମୋ ଲୋକପ୍ରିୟତା ବିଜେପି ପାର୍ଟିର ଲୋକପ୍ରିୟତାକୁ ଦେଖି ଯାହାକୁ କଷ୍ଟ ହେଉଛି ସେ ତା ସମସ୍ୟା ମୋର ନୁହେଁ । ସେ ଆଉ ମଧ୍ୟ କହିଛନ୍ତି ଯେ ମୋ ମା ତାଙ୍କ କାର୍ଯ୍ୟ କରିଦେଇଛନ୍ତି । ଏବେ ଜନତା ନିର୍ଣ୍ଣୟ ନେବ ମୋ ମା ସେମାନଙ୍କ ପାଇଁ କାର୍ଯ୍ୟ କରିବେ କି ନାହିଁ ।

Leave a Reply

Your email address will not be published. Required fields are marked *