Pratidin TV

Odisha's Digital News Platform

ପରିଣତ ବୟସରେ ମା’କୁ ଘରୁ ତଡି ଦେଲା ପୁଅ, ପର ପିଣ୍ଡାରେ ବିସ୍କୁଟ ଖାଇ କାଟୁଛି ଦିନ

1 min read

ବଡ଼ମ୍ବା ; ବୁଢୀ ବୟସରେ ମାକୁ ଘରୁ ତଡିଦେଲା ର୍ନିଦୟ ପୁଅ । ନରସିଂହପୁର ବ୍ଲକ ଅନ୍ତର୍ଗତ ବାସେଳୀହତା ଗ୍ରାମର ରଙ୍ଗବତୀ ସାହୁ ବୟସ (୮୦) ବର୍ଷ ଚମ ଧୁଡୁଧୁଡୁ, ନିଜ କାମ କରିବାକୁ ବି ଦେହରେ ବଳ ନାହିଁ । କଥା ବି ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । ମାଆଟିର ଅବସ୍ଥା ଦେଖିଲେ ଆପଣଙ୍କର ବି ମନ ନିଶ୍ଚୟ ଭାବେ ତରଳିଯିବ । ଏହି ବୟସରେ ପର କରିଦେଇଛନ୍ତି ପୁଅ ଓ ଝିଅ । ଯାହାକୁ ଦିନେ କୋଳେଇ କାଖେଇ ମାଆ ମଣିଷ କରିଥିଲା ଆଜି ପରିଣତ ବୟସରେ ମାଆକୁ ପର କରିଦେଇଛନ୍ତି ପୁଅ ଏବଂ ଝିଅ । ଏମିତି ନିଜ ଜନ୍ମିତ ପୁଅ ଖାଇବାକୁ ଗଣ୍ଡେ ଦେବା ତ ଦୂରର କଥା ଘର ଘଣ୍ଡିକ ମଧ୍ୟ୍ୟ ବିକିଦେଇଛି ବୋଲି ମା ରଙ୍ଗବତୀ ସାହୁ କହିଛନ୍ତି । ସୂଚନା ଅନୁଯାଇ ପୁଅ ଭାସ୍କର ଚନ୍ଦ୍ର ସାହୁ ଭୁବନେଶ୍ୱର ରେ ବାସ କରୁଥିବା ବେଳେ ଝିଅ ବାଲିଝରୀ ଗ୍ରାମରେ ବିବାହ କରି ଦୁହେଁ ଦୂରରେ ଅଛନ୍ତି ।

ଝିଅ ଶାନ୍ତିଲତା ଦୁଇବର୍ଷ କାଳ ନିଜର ମା କୁ ରଖିବା ପରେ ଏବେ ଛାଡି ଦେଇଛନ୍ତି ବୋଲି ବୃଦ୍ଧା ଜଣକ କହିଛନ୍ତି । ଆପଣ କୁହନ୍ତୁ କଣ ଏହି ଦିନ ଦେଖିବା ପାଇଁ ବାପା ମାଆମାନେ ସନ୍ତାନ ଜନ୍ମ କରିଥାନ୍ତି । ପର ଲୋକ କଣ ଏ ମାଆଟିକୁ ତାର ନିଜ ସନ୍ତାନ ମାନେ ଏପରି ଅବସ୍ଥା କରିଛନ୍ତି ଯେ ସେ ଏବେ ଜୀବନ ଜିଇଁବେ କେମିତି ତାହା ଭାବୁଛନ୍ତି । ଆଉ ଏକଦମ୍ ଅସହାୟ ହୋଇ କହୁଛନ୍ତି ମୁଁ ଏବେ କଣ କରିବି, ଯାହାକୁ ଜନ୍ମ ଦେଇଥିଲେ ସେମାନେ ପର କରିଦେଲେ । ଏବେ କୁକୁର ବିଲେଇ ଭଳି ପର ଓଳିରେ ରହୁଛି । କିଏ ଦେଲେ ଖାଉଛି ନହେଲେ ନାହିଁ । ବାପାମାଆ ପୁତ୍ର ସନ୍ତାନଟିଏ ପାଇବା ଲାଗି ଦିଅଁ ଦେବତାଙ୍କ ନିକଟରେ କାହିଁ କେତେ ଗୁହାରୀ କରିଥାଆନ୍ତି । କିନ୍ତୁ ବାର୍ଦ୍ଧକ୍ୟ ବୟସରେ ସେଇ ମା ଆଜି ବୋଝ ପାଲଟି ଯାଉଛି ।

Advertisement

ଶେଷରେ ଆଖି ଲୁହକୁ ପିଇ ଭାଗ୍ୟକୁ ଭରସା କରି ବାରଦୁଆର ଶୁଣ୍ଡିପିଣ୍ଢା ହେଉଛି ୮୦ ବର୍ଷୀୟ ମା । ନା ଖାଇବାକୁ ଗଣ୍ଡାଏ ମିଳୁଛି, ନା ସ୍ବାସ୍ୟବସ୍ଥା ପଚାରିବାକୁ କିଏ ଅଛି । ଶେଷରେ ସରକାରଙ୍କ ପକ୍ଷରୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ମାସିକ ଟଙ୍କାରେ ବିସ୍କୁଟ ଖାଇ ଜୀବନ ବିତାଉଛନ୍ତି ରଙ୍ଗବତୀ ସାହୁ । ତେବେ ଏଭଳି ଅବସ୍ଥାରେ ନିଜର କୋହଭରା ହୃଦୟରେ ପୁଅ ଝିଅ ଜନ୍ମ କରିବା ଆଜିର ଯୁଗରେ ଅଭିଶପ୍ତ ବୋଲି କହିଛନ୍ତି ବୃଦ୍ଧା ମା । ଆମ ତଥାକଥିତ ସଭ୍ୟ ସମାଜରେ ଆଜି ଗୋଟେ ମାର ଅବସ୍ଥା କେତେ ଶୋଚନୀୟ, ତାହା ଏ ଚିତ୍ର ହିଁ ବୟାନ କରୁଛି । ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ପୁଅ ଭାସ୍କର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ବୃଦ୍ଧାଙ୍କ ଥଇଥାନ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *