Pratidin TV

Odisha's Digital News Platform

କାହିଁକି ନାରୀମାନେ ନାକରେ ନୋଥ ପିନ୍ଧନ୍ତି, ଏହା ପଛର କ’ଣ ରହିଛି କାରଣ ?

1 min read

ଆଜିକାଲି ନାକ ଫୋଡିବା ସାରା ଦୁନିଆରେ ଲୋକପ୍ରିୟ ହୋଇ ଯାଇଛି l କେବଳ ଭାରତ ନୁହେଁ ବିଦେଶିନୀ ମାନେ ମଧ୍ୟ ନାକ ଫୋଡି ନିଜ ପସନ୍ଦ ର ନୋଥ ପିନ୍ଧୁଛନ୍ତି l ଭାରତରେ ମହିଳା ମାନେ ନୋଥ ପିନ୍ଧିବା କେବଳ ସୌନ୍ଦର୍ଯ୍ୟ ବୃଦ୍ଧିର କାରଣ ହୋଇ ନଥାଏ, ବରଂ ନବ ବଧୂର ସୌନ୍ଦର୍ଯ୍ୟ ର ଅଭିନ୍ନ ଅଙ୍ଗ ହୋଇଥିବାର ଦେଖିବାକୁ ମିଳୁଛି l ନୋଥ ସାଧାରଣ ଭାବରେ ଆମେ ବାମ ପାର୍ଶ୍ୱରେ ପିନ୍ଧି ଥିବାର ଦେଖିବାକୁ ପାଇଥାଉ ଏହା ପଛରେ ବିଶେଷ କାରଣ ମଧ୍ୟ ରହିଛି l ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ନେଇ ବିଶେଷ ମହତ୍ୱ ଦିଆ ଯାଇଛି l

ଭାରତୀୟ ସଂସ୍କୃତିରେ ଅଳଙ୍କାର ଓ 16 ଶୃଙ୍ଗାରର ବିଶେଷ ମହତ୍ତ୍ବ ରହିଛି । ପୂର୍ବରୁ ନାରୀମାନେ ଏକାଧିକ ନାକଫୁଲ ପିନ୍ଧୁଥିଲେ । ଯାହାକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ ।ତେବେ କେତେକଙ୍କ ଜାଣିବା ହିସାବରେ ନୋଥକୁ ସାଧାରଣତଃ ସୁନ୍ଦରତା ପାଇଁ ବ୍ୟବହାର କରାଯାଏ ତ ଆଉ କେତେକ ଏହାକୁ ପରମ୍ପରା ହିସାବରେ ମାନିଥାନ୍ତି । ହେଲେ ଏହା ପଛରେ ଅନେକ ଗୁଡିଏ କାହାଣୀ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି ।

Advertisement

ନାକ ଫୋଡିବା ପ୍ରଥା 16 ବିଂଶ ଶତାଦ୍ଧୀରେ ଭାରତକୁ ଆସିଥିଲା । ବୈଦିକ ମାନ୍ୟତା ହିସାବରେ ନାକ ଫୋଡିବା ଦ୍ବାରା ଜଣେ ମହିଳାଙ୍କ ମାସିକ ସମସ୍ୟାର ସମାଧାନ ହୋଇଥାଏ । ଯାହାଫଳରେ ଶିଶୁ ଜନ୍ମ ସମୟରେ ଗର୍ଭଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ ମାନ୍ୟତା ରହିଛି ଯେ ଯେଉଁ ବଧୂ ବିବାହ ସମୟରେ ନାକରେ ନୋଥ ପିନ୍ଧିଥାଏ ଏହା ତାହାର ବୈବାହିକ ଜୀବନ କୁ ମଜବୁତ କରିଥାଏ l କୌଣସି ଗୋଟିଏ ଶୁଭ ଅବସରରେ ନୋଥ ପିନ୍ଧିବା ଗୋଟିଏ ଶୁଭ ସଂକେତ ଅଟେ l  ଜ୍ୟୋତିଷ ଶାସ୍ତ୍ର ଓ ଆୟୁର୍ବେଦ ଅନୁସାରେ ସୁନା କିମ୍ବା ରୁପାର ନୋଥ ପିନ୍ଧିବା ପାଇଁ ପରାମର୍ଶ ଦିଆ ଯାଇଥାଏ, ଯାହାକି ମାସିକ ଋତୁ ସ୍ରାବ ସମୟରେ ପେଟ ଓ ଅଣ୍ଟା ଯନ୍ତ୍ରଣା ରୁ ଆରାମ ଦେଇଥାଏ l

 ବିବାହିତା ମହିଳାମାନେ ବାମ ନାସିକା ରେ ନୋଥ ପିନ୍ଧିବା ଦ୍ୱାରା ସ୍ୱାମୀ ମାନଙ୍କ ଜୀବନ ରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l ବାମ ପାର୍ଶ୍ୱ ନାକରେ ନୋଥ ପରିଧାନ କରିବା ଦ୍ୱାରା ସମ୍ପର୍କ ରେ ନିବିଡ଼ତା ଆସିଥାଏ l

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ମୁଖ୍ୟତଃ ବାମ ପଟେ ହିଁ ନାକ ଫୋଡାଯାଏ । କାରଣ ଏହା ନାରୀଙ୍କ ପ୍ରଜନନ ଅଙ୍ଗସହ ଯୋଡି ହୋଇରହିଥାଏ । ଯାହା ଦ୍ବାରା ପ୍ରସବ ଯନ୍ତ୍ରଣା କମ ହୁଏ । ଏହି କାରଣରୁ ବାମପଟେ ନାକ ଫୋଡାଯାଏ ।

କିଛି ଲୋକଙ୍କ କହିବା ଅନୁସାରେ ବାମ ପଟରେ କାନ ଫୋଡିବା ଦ୍ବାରା ରକ୍ତଚାପର ଅସୁବିଧା ରୁହେ ନାହିଁ । ଏପଟେ ଆଧ୍ୟାତ୍ମିକ କାରଣ ମଧ୍ୟ ରହିଛି ଯେ, ମହିଳା ମାନେ ସେମାନଙ୍କ ଅର୍ଦ୍ଧେକ ଶରୀରର ପୁରୁଷଙ୍କ ପାଇଁ ରଖିଥାନ୍ତି । ତେଣୁ ବାମପଟକୁ ନିଜର ଅଧିକାର ଭାବି ଏପଟେ ନାକ ଫୋଡିଥାନ୍ତି ।

ବହୁତ ମହିଳା ସାଧାରଣତଃ ମେକଅପ ନେବା ସମୟରେ ନୋଥ ଲଗାଇଥାନ୍ତି ଯାହା ଭଲ ଲକ୍ଷଣ ନୁହେଁ । ଏହାକୁ ନେଇ ଏକ ବୈଜ୍ଞାନିକ ମତ ରହିଛି, ଯଦିବି ଜଣେ ମହିଳା ନାକ ଫୋଡୁନାହିଁ ତାର କୌଣସି କୁପ୍ରଭାବ ସନ୍ତାନ ଉପରେ ପଡିବ ନାହିଁ । ନାକ ଫୋଡିବାର କୌଣସି ବୟସ ନଥାଏ । ଯେକୌଣସି ସମୟରେ ଯେପରିକି ପିଲାବେଳ, ଯୁବତୀ, ମହିଳା ଓ ଗର୍ଭାବସ୍ଥା ସମୟରେ ମଧ୍ୟ ନାକ ଫୋଡି ପାରିବେ ।

Leave a Reply

Your email address will not be published. Required fields are marked *