Pratidin TV

Odisha's Digital News Platform

ଦୁର୍ଗାପୂଜା ରେ ଜେଲ ଭିତରେ ସନ୍ଦୀପ ଘୋଷ ଓ ସଞ୍ଜୟ ରାଓ ଙ୍କୁ ମିଳିବ ସ୍ପେଶାଲ ଫୁଡ,ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ?

1 min read

ଚଳିତ ଥର ଦୁର୍ଗା ପୂଜାରେ ପଶ୍ଚିମବଙ୍ଗର ବନ୍ଦୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରାଯାଇଛି। ଏଥିରେ ମାଚର ମାଥା ଦି ପୁଇ ଶାକ (ମାଛ ମୁଣ୍ଡ ସହିତ ପାଳଙ୍ଗ ଶାଗ), ମାଛେର ମାଥା ଦିୟା ଡାଲ (ମାଛ ମୁଣ୍ଡ ସହିତ ମୁଗ ଡାଲି), ଲୁଚି ଛୋଲାର ଡାଲ (ବଙ୍ଗାଳୀ ଚଣା ଡାଲି ସହ ପୁରୀ), ପାୟେଶ (ଖୀରି), ଚିକେନ ତରକାରୀ, ଆଲୋ ପୋଟୋଳ ଚିଙ୍ଗରି (ଆଳୁ, ପୋଟୋଳ ସହିତ ଚିଙ୍ଗୁଡି ମିଶ୍ରଣ), ରାଇତା ସହିତ ମଟନ୍ ବିରିୟାନି, ବାସନ୍ତୀ ପୁଲାଓ (ଘି, କାଜୁ ବାଦାମ ଏବଂ କିସମିସ୍ ସହିତ ମିଠା ହଳଦିଆ ପଲାଓ)। କଏଦୀ ମାନଙ୍କୁ ଖାଇବାକୁ ଦିଆଯିବ । ବାରାକପୁର ସୁଧାର ଗୃହର ଜଣେ ବରିଷ୍ଠ ଜେଲ୍ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଜେଲ୍ ହେଉଛି ଏକ ସଂସ୍କାର ଗୃହ।

କଏଦୀମାନେ ଦୁର୍ଗାପୂଜା ପୂର୍ବରୁ ସୁସ୍ବାଦୁ ଖାଦ୍ୟ ପାଇଁ ଆମକୁ ଚିଠି ଲେଖିଥାନ୍ତି। ଆମେ ଚଳିତ ବର୍ଷ ମେନ୍ୟୁ ସହିତ କିଛି ପରିବର୍ତ୍ତନ ଉପରେ ମଧ୍ୟ ଧ୍ୟାନ ଦେଉଛୁ। ଆମର ପ୍ରୟାସ ହେଉଛି ଏହି କଏଦୀ ମାନଙ୍କ ମୁହଁରେ ହସ ଫୁଟାଇବା। ତେବେ ଏହି ସମୟରେ ବହୁ ଚର୍ଚ୍ଚିତ କୋଲକତା ମହିଳା ଡାକ୍ତରଙ୍କ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ରେ ରହିଥିବା ଆରଜି କର ମେଡିକାଲ କଲେଜ ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାଓ ମଧ୍ୟ ଏହି ଦୁର୍ଗା ପୂଜାରେ ଏପରି ସ୍ୱାଦିଷ୍ଟ ଖାଦ୍ୟ ର ଆନନ୍ଦ ଉଠାଇବେ ।

Advertisement

Leave a Reply

Your email address will not be published. Required fields are marked *