Pratidin TV

Odisha's Digital News Platform

ନୂଆ ବର୍ଷରେ ନୂଆ ବିଭ୍ରାଟ୍ ‘ଭୋକରେ ପ୍ରଭୁ ଲିଙ୍ଗରାଜ୍ ’!

1 min read

ଭୁବନେଶ୍ୱର : ନୂଆ ବର୍ଷ ଆରମ୍ଭରୁ ହିଁ ବିଭ୍ରାଟ୍ । ଓଡିଶା ପ୍ରଶିଦ୍ଧ ରାଜଧାନୀରେ ବାବା ଲିଙ୍ଗରାଜଙ୍କ ନୀତିକାନ୍ତିରେ ସୃଷ୍ଟି ହୋଇଛି ବାଧା । ନୂଆ ବର୍ଷରେ ଲାଗିପାରିଲାନା ବାବ ଲିଙ୍ଗରାଜଙ୍କ ପାଖରେ ପ୍ରସାଦ୍ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନ ସକାଳ ୧୦ ସମୟରୁ ବାବ ଲିଙ୍ଗରାଜଙ୍କ ପାଖରେ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ନୂଆ ବର୍ଷରେ ଜଣେ ଅଣସେବାୟତଙ୍କ ମନ୍ଦିର ଭିତରେ ପ୍ରବେଶକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଗତକାଲି ଅଣସେବାୟତଙ୍କ ପ୍ରବେଶରେ ଲିଙ୍ଗରାଜଙ୍କ ଭୋଗ ସବୁକାଲି ମାରା ହୋଇଯାଇଥିଲା । ତେବେ ସେହି ମାରା ଭୋଗକୁ ନଫୋପାଡି ଶ୍ରଦ୍ଧାଳୁମାନଙ୍କୁ ବିକ୍ରି ହୋଇଥିବା ନେଇ ସୂଚାନା ମିଳିଛି ।

Advertisement

ତେବେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା ଆଉ ଏହାକୁ ଘୋର ବିରୋଧ କରିଥିଲେ ବଡୁ ନିନୋଜ । କିନ୍ତୁ ସବୁବେଳେ ମାରା ଭୋଗକୁ ମହାସୁଆର ସେବାୟତ ମାନେ , ନେଇ ଭକ୍ତଙ୍କୁ ବିକ୍ରି କରିଥିଲେ । ଯାହା ଭକ୍ତଙ୍କୁ କଷ୍ଟ ଦେଇଛି, ଏହାକୁ ନେଇ ଆଜି ଏକ ବୈଠକ ବସିଛି, ବୈଠକ ପରେ ଏହାର ନିର୍ଯ୍ୟସ ବାହାରିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *