Pratidin TV

Odisha's Digital News Platform

ବିଜେଡ଼ି ରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ..

1 min read

ପୁଣିଥରେ ବିଜେଡ଼ି କୁ ଲାଗିଲା ଶକ୍ତ ଝଟକା। ବିଜେଡ଼ି ରୁ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଅତ୍ୟନ୍ତ ଦୁଃଖରେ ସହିତ ମୁଁ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ବିଜୁବାବୁଙ୍କୁ ଆଦର୍ଶ ଭାବି ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ ପାଇଁ କାମ କରି ଆସିଛି । ପେଶାରେ ଜଣେ ସଂଗୀତ ନିର୍ଦ୍ଦେଶକ ହିସାବରେ ଦଳ ପାଇଁ ମୋର କର୍ତ୍ତବ୍ୟ ସମ୍ପାଦନ କରିଛି ।

ଦଳ ପାଇଁ ଅନେକ ସୁପରହିଟ ଗୀତ ବିଗତ ଦିନ ରେ ଦଳ ପାଇଁ ତିଆରି କରି ଦଳର ପ୍ରଚାର ପ୍ରସାର ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲି । ଦଳ ଯେତେବେଳେ ମୋତେ ଯେଉଁ ଭାବରେ ନିୟୋଜିତ କରିଛି ମୁଁ ସୁଚାର ରୂପେ ତୁଲାଇ ଆସିଛି । ଏପରିକି ମୋର ନିଜସ୍ୱ youtube chanel “Arman Music ” କୁ ଦଳର ପ୍ରଚାର ପ୍ରସାରରେ ନିୟୋଜିତ କରିଛି । କିନ୍ତୁ ବୋଧହୁଏ ମୋ ଭଳି ଜଣେ ସାଧାରଣ ଛୋଟିଆ କଳାକାର ର ଭୂମିକା ବିଜୁ ଜନତା ଦଳର ଆବଶ୍ୟକ ନାହିଁ ବୋଲି ମୁଁ ଅନୁଭବ କରି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଉଛି ।

Advertisement

Leave a Reply

Your email address will not be published. Required fields are marked *