Pratidin TV

Odisha's Digital News Platform

ବିଗ୍‌ବସ୍ -୧୮ର ଆରମ୍ଭ ହେବା ପୂର୍ବରୁ ରେଖାଙ୍କ ଭିଡ଼ିଓ ହେଲା ଭାଇରାଲ; ନିଜ ଡର ବିଷୟରେ କହିଲେ ଏମିତି

1 min read

ବଲିଉଡର ଭେଟେରାନ୍ ଅଭିନେତ୍ରୀ ରେଖାଙ୍କର ହଜାର ହଜାର ପ୍ରଶଂସକ ଅଛନ୍ତି | ଅଭିନେତ୍ରୀ ତାଙ୍କ କ୍ୟାରିଅରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି | ଏହି ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ହେଡଲାଇନରେ ରହିଆସିଛନ୍ତି | ବିଶେଷକରି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ ଏବେ ବି ଚର୍ଚ୍ଚା ହେଉଛି। ଅଭିନେତ୍ରୀ ରେଖା ଥରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ ରେ କହିଥିଲେ ଯେ ସେ ‘ବିଗ୍ ବି’କୁ ଭୟ କରୁଛନ୍ତି।

ରେଖା ବିଗ୍‌ ବସ୍‌ ସିଜନ-୧୮ରେ ପହଞ୍ଚି ଥିଲେ। ରେଖା ନିଜ ଫିଲ୍ମ ସୁପର ନାନିର ପ୍ରମୋସନ ପାଇଁ ଶୋ’ରେ ସ୍ୱତନ୍ତ୍ର ଭାବେ ସାମିଲ ହୋଇଥିଲେ। ଏହି ସମୟରେ ଏକ କ୍ଲିପ୍‌କୁ ରେଡିଟ୍‌ରେ ସେୟାର କରାଯାଇଛି, ଯେଉଁଥିରେ ସଲମାନ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ନିଜ ଫିଲ୍ମ ଦବଙ୍ଗର ଏକ ଡାଏଲଗ୍‌ କହିବାର ନଜର ଆସୁଛି। ଏହାପରେ ରେଖା କହୁଛନ୍ତି , ଚାପୁଡ଼ାକୁ ଡ଼ର ଲାଗେ ନାହିଁ ସାହେବ। ପ୍ରେମକୁ ବି ଡ଼ର ଲାଗେନି ,ଏହା ତ ମୁଁ ପୂରା ଦମ୍‌ରେ କରି ପାରିବି। ମୋତେ କେବଳ ଡ଼ର , ବିଗ୍‌-ବି କୁ , ତାହା ବିଗ୍ ବସ୍‌ ସହ। ଏହା କହି ରେଖା ହସୁଛନ୍ତି। ଆଉ ସଲମାନଙ୍କ ସହ ମଜା କରୁଛନ୍ତି। ଏହି ଭିଡ଼ିଓକୁ ଖୁବ୍ ପସନ୍ଦ କରାଯାଇଛି। ଆଉ ଭାଇରାଲ ହେଉଛି।

Advertisement

ଅକ୍ଟୋବର 6 ରେ ବିଗ୍ ବସ୍ 18 ପ୍ରିମିୟର୍ | ଏହି ସମୟରେ ସଲମାନ ଖାନଙ୍କ ବହୁ ବିବାଦୀୟ ରିଆଲିଟି ସୋ ବିଗ୍ ବସ୍ ଏହାର 18 ତମ ସିଜନ୍ ସହିତ ଫେରୁଛି | ତେବେ ବିଗ୍ ବସ୍ 18 ଅକ୍ଟୋବର 6 ରେ ପ୍ରିମିୟର୍ ହେବ | ନିକଟରେ ଶୋ’ର ଏକ ନୂଆ ପ୍ରମୋ ରିଲିଜ୍ ହୋଇଥିଲା | ଯାହା ବିଗ୍ ବସ୍ 18 ପାଇଁ ପ୍ରଶଂସକଙ୍କ ଉତ୍ସାହକୁ ଛୁଇଁଛି | ସର୍ବଶେଷ ରିପୋର୍ଟ ଅନୁଯାୟୀ, ଏଥର ବିଗ୍ ବସ୍ 18 ରେ ନିଆ ଶର୍ମା, ଶିଳ୍ପା ଶିରୋଦକର, ଚାହତ ପାଣ୍ଡେ, ଭିଭିଆନ୍ ଡିସେନା, ଶୋଏବ ଇବ୍ରାହିମ୍, ଅବିନାଶ ମିଶ୍ର, କରଣଭୀର ମେହେରା, ମୁସ୍କାନ୍ ବାମନେ, ସାରା ଆର୍ଫିନ୍ ଖାନ୍, ଶେହଜଡା ଧାମି ଏହି ଶୋ’କୁ ରୋକ୍ କରିପାରିବେ।

Leave a Reply

Your email address will not be published. Required fields are marked *