Pratidin TV

Odisha's Digital News Platform

ମା’ଙ୍କ ଆଗମନରେ ଜଳିଲା ମନ୍ଦିର ; ପୋଡି ପାଉଁସ ହେଲା ୮ ଭୋଗଦୋକାନ….

1 min read

କେନ୍ଦୁଝର ; କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ମନ୍ଦିର ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ଲାଗିଲା ନିଆଁ। ନିଆଁ ଲାଗି ପ୍ରାୟ ୮ ଦୋକାନ ଜଳିପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ୮ଟି ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିଛି।

ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୯.୩୦ ତାରିଣୀ ମନ୍ଦିର ୩ନମ୍ବର ଗେଟ ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ହଠାତ କୌଣସି କାରଣ ବସତ ନିଆଁ ଲାଗିଯାଇଥିଲା ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଭୟର ମାହୋଲ ଖେଳିଯାଇଥିଲା । କିନ୍ତୁ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିଥିଲେ।

Advertisement

ଯାହା ଫଳରେ ସେଠିକାର ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା କିନ୍ତୁ ସେଠି ଥିବା ଆଠ ଟି ଭୋଗ ଦୋକାନ ପୁରା ଜଳି ପାଉଁସ ହୋଇଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧଅ ମଧ୍ୟ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ କେଉଁ କାରଣ ଯୋଗୁ ଲାଗିଲା ତାହା ଏଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *