Pratidin TV

Odisha's Digital News Platform

ହାବୁଡ଼ରେ ପଡିଲା ମଣିଷଖିଆ ଗଧିଆ ଗୋଷ୍ଠୀର ଶେଷ ଗଧିଆ; ପିଟି ପିଟି ମାରିଦେଲେ ଗ୍ରାମବାସୀ

1 min read

ଉତ୍ତରପ୍ରଦେଶର ବହରାଇଚରେ ଆତଙ୍କ ଖେଳାଇଥିବା ମଣିଷଖିଆ ଗଧିଆ ଶେଷରେ ଧରାପଡ଼ିଛି। ଲୋକେ ଗଧିଆକୁ ଧରିବା ପରେ ପିଟି ପିଟି ମାରିଦେଇଛନ୍ତି। ମହସୀ ଅଞ୍ଚଳର ତମାଚପୁର ଗାଁରେ ଗଧିଆଟି ଏକ ଶିଶୁକୁ ଶିକାର କରିବାକୁ ଉଦ୍ୟମ କରିବା ସମୟରେ ଗ୍ରାମବାସୀ ତାହାକୁ ପିଟି ହତ୍ୟା କରିଥିଲେ। ପୂର୍ବରୁ ୫ଟି ଗଧିଆକୁ ମାରିଥିବା ବେଳେ ଏବେ ଆଉ ଏକ ଗଧିଆକୁ ମାରିଛନ୍ତି ଗ୍ରାମବାସୀ । ଏହା ହେଉଛି ୬ଷ୍ଠ ତଥା ଶେଷ ଗଧିଆ । ଗଧିଆର ମୃତଦେହ ଜବତ କରିଛି ବନ ବିଭାଗ ।

ସୂଚନା ଅନୁଯାୟୀ, ଗତ କିଛି ମାସ ହେବ ବହରାଇଚ ଏବଂ ଆଖପାଖ ଗାଁରେ ଆତଙ୍କ ଖେଳାଇଥିଲେ ୬ଟି ଗଧିଆ । ୯ ଜଣ ଲୋକଙ୍କୁ ମାରିବା ସହ ଓ ୪୦ରୁ ଅଧିକଙ୍କୁ ଆକ୍ରମଣ କରି ଗୁରୁତର କରିଥିଲେ ଏହି ୬ଟି ଗଧିଆ । ଗଧିଆମାନେ ୯ ଜଣଙ୍କୁ ଶିକାର କରିବା ପରେ ଲୋକେ ଦିନରେ ବି ଘରୁ ବାହାରିବାକୁ ଭୟ କରୁଥିଲେ। ଶେଷରେ ବିଭିନ୍ନ ଗ୍ରାମବାସୀ ମିଳିତ ହୋଇ ଗଧିଆଙ୍କୁ ଟାର୍ଗେଟ କରିଥିଲେ। ଗୋଟିଏ ପରେ ଗୋଟିଏ ୬ଟି ଗଧିଆଙ୍କୁ ଲୋକେ ମାରି ସାରିଛନ୍ତି। ଗୋଟିଏ ପରେ ଗୋଟିଏ କରି ୫ଟି ଗଧିଆକୁ ମାରିସାରିଥିବା ବେଳେ ମଣିଷଖିଆ ଗଧିଆ ଗୋଷ୍ଠୀର ଶେଷ ଗଧିଆକୁ ଶନିବାର ରାତିରେ ଲୋକେ ମାରିଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *