Pratidin TV

Odisha's Digital News Platform

ବିଜୁଳି ସାଙ୍ଗକୁ ହେବ ପ୍ରବଳ ବର୍ଷା, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି….

1 min read

ଚଳିତ ବର୍ଷ ଖରା ଦିନ ସରିବାର ନାଁ ନେଉନି | କେତେବେଳେ ଖରା ହେଉଛି ତ କେତେବେଳେ ବର୍ଷା କାଚୁଛି | ଅକ୍ଟୋବର ମାସ ଆରମ୍ଭ ହୋଇଗଲାଣି ତଥାପି ନିସ୍ତାର ନାହିଁ | ଘରେ ଶାନ୍ତି ମିଳୁନି କି ବାହାରେ ଆଶ୍ବସ୍ତି ନାହିଁ | ଏମିତି ଅସ୍ୱାଭାବିକ ପାଣିପାଗର ସମସ୍ତେ ନାକେଦମ ହୋଇପଡିଛନ୍ତି | ତେବେ ଆଜି କିଛି ଜିଲ୍ଲାରେ ପ୍ରବଳ ଗରମ ଅନୁଭୁତ ହୋଇଥିବା ବେଳେ ଆଉ କିଛି ଜିଲ୍ଲାରେ ପାଗ ମେଘୁଆ ରହିଛି | ତେବେ କିଛି ଜିଲ୍ଲାରେ କୁହୁଡି ଦେଖିବାକୁ ମିଳିଛି | ତେବେ ଆଗାମୀ ତିନି ଘଣ୍ଟା ପାଇଁ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର | ଉପକୂଳ ଜିଲ୍ଲା ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି | ତେବେ ଭୁବନେଶ୍ୱରର କିଛି ସ୍ଥାନରେ ଆଜି ଝିପି ଝିପି ବର୍ଷା ହେବାର ଦେଖିବାକୁ ମିଳିଛି | ସେହିପରି ଶନିବାର ଦିନ କିଛି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା | ଝାରସୁଗୁଡା ଜିଲ୍ଲା ତାପର ୩୬.୪ ଥିବା ବେଳେ ପାରଳାଖେମୁଣ୍ଡିରେ ୩୬.୨ ରହିଥିଲା ସେହିପରି ଭୁବନେଶ୍ୱରରେ ୩୫ ଡିଗ୍ରୀ ରହିଥିଲା |

ଓଡିଶାରୁ ଏହି ବର୍ଷ ଗ୍ରୀଷ୍ମ ବିଦାୟ ନେଉ ନାହିଁ | ଜୁନ ଅଧାରେ ମୌସୁମୀ ପ୍ରବେଶ କରିଥିଲା କିନ୍ତୁ ଗରମ ଏହି ବର୍ଷ ଥମିବାର ନାଁ ନେଇନାହିଁ | କିଛି ସ୍ଥାନରେ ଗରମ ହେଉଥିବା ବେଳେ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଅକ୍ଟୋବର ପହିଲି ଛୁଇଁବା ସହ ବର୍ଷା କମିବାରେ ଲାଗିଛି ଗରମ ଗୁଳୁଗୁଳି ବଢିଯାଇଛି | ତେବେ ପାଣିପାଗ ପୂର୍ବାନୁମାନ କରିଛି ଯେ ଏବେ ଆଉ ବିଶେଷ ବର୍ଷା ନାହିଁ |

Advertisement

Leave a Reply

Your email address will not be published. Required fields are marked *