Pratidin TV

Odisha's Digital News Platform

ମନ୍ମଥଙ୍କ ପାଇଁ ସୁର ଓ ଶ୍ରୀମୟୀ କଳି , ସୋସିଆଲ ମିଡିଆରେ ଶ୍ରୀମୟୀ କଲେ ଏପରି ପୋଷ୍ଟ…

1 min read

ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ନିଜ ପୁଅ ମନ୍ମଥ ରାଉତରାଙ୍କୁ ସମର୍ଥନ କରିବା ଆଳରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ କରି ଟିପ୍ପଣୀ ଦେଇଛନ୍ତି । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଭିତରକୁ ଏଂଟ୍ରି ମାରିଛନ୍ତି କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ । ଏପଟେ ସୁରଙ୍କୁ ନେଇ ଏପରି କିଛି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମରେ ସୁର ନିଜ ପୁଅ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମର୍ଥନ କରି ଶ୍ରୀମୟୀଙ୍କ ପ୍ରତି ଦେଇଥିବା ଟିପ୍ପଣୀ ଉପରେ ଶ୍ରୀମୟୀ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଜଣେ ମହିଳାଙ୍କ ବିଷୟରେ କିଛି ନଜାଣି ଟିପ୍ପଣୀ ଦେବା କେତେଦୂର ଠିକ୍ ତାହା ସାଧାରଣ ଲୋକେ ବିଚାର କରନ୍ତୁ ବୋଲି କହିଥିଲେ ।

ଏହାପରେ ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ବରିଷ୍ଠ ନେତା ସୁର ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି ଯେ “ ନିଜଘରେ ହଜାରେ ଫାଙ୍କ, ଆଉ ୟେ ବାହାରିଲେ ଉପରେ ପଡ଼ି ପରଘରେ ମାମଲାତି କରିବାକୁ । ଅବଶ୍ୟ ବୟସ ବଢ଼ିଲେ ଏସବୁ ବାଚାଳାମି ବାହାରେ । ଆମଘର ଲୋକଙ୍କୁ ସାର୍ଟିଫିକେଟ ଦେବାପାଇଁ ଆମ ମୁଖିଆ ଅଛନ୍ତି, ଭଡ଼ାଟିଆଙ୍କୁ ପଚାରେ କିଏ?

Advertisement

ସୁର ଗଣମାଧ୍ୟମରେ ନିଜର ପୁଅକୁ ସମର୍ଥନ କରି ସିଧାସଳଖ ଶ୍ରୀମୟୀଙ୍କୁ ଆକ୍ଷେପ କରି କହିଥିଲେ ଯେ, “ଶ୍ରୀମୟୀ ମିଶ୍ର ତୁମେ ଜଣେ ନାରୀ, ତୁମେ ଜଣେ ନାରୀ ବୋଲି ଆଗେ ନିଜକୁ ନିଜେ କୁହ। ପୁରୁଷଙ୍କୁ ସମ୍ମାନ ଦିଅ । ମନ୍ମଥ ରାଉତରାୟଙ୍କ ଷ୍ଟାଣ୍ଡାର୍ଡ କ’ଣ ଜାଣିଛ ବୋଲି ପ୍ରଶ୍ନ କରିବା ସହ ମନ୍ମଥଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ବୋଲି ପଚାରିଥିଲେ । ନାରୀ ହୋଇ ଯଦି ଉଦ୍ଧତଗିରି କରିବ, ନାକ-କାନ କାଟି ଛାଡ଼ି ଦିଆଯିବ। ଆମକୁ ଯଦି କେହି ନାରୀଜାତି କି ନରଜାତି ଅସମ୍ମାନ କରିବ ତା’ର ଜବାବ ଆମେ ୩ ଘଣ୍ଟା ମଧ୍ୟରେ ଦେବୁ। କୌଣସି ପୁଲିସର ଦରକାର ପଡ଼ିବ ନାହିଁ ବୋଲି ସୁର ଚେତାବନୀ ଦେଇଛନ୍ତି । ତେବେ ସାମ୍ବାଦିକମାନେ ଶ୍ରୀମୟୀ ଜଣେ ଉଚ୍ଚଶିକ୍ଷିତା ବୋଲି କହିବାରୁ ସୁର ଉତକ୍ଷିପ୍ତ ହୋଇ ସେ ତା’ ପାଠ ତା ଘରେ ରଖୁ ।

ଶ୍ରୀମୟୀଙ୍କ ପ୍ରତି ସୋସିଆଲ ମିଡିଆରେ ମନ୍ମଥଙ୍କ ଫ୍ୟାନକ୍ଲବରୁ ଅଶାଳୀନ ଟିପ୍ପଣୀ ଦିଆଯାଉଥିବାକୁ ସୁର ଫାଙ୍କି ଦେବା ସହ ତାଙ୍କ ପୁଅ ଏଭଳି କରେନି ବୋଲି କହିଛନ୍ତି । ତାଙ୍କ ବଡ଼ପୁଅ ନିଜ ପତ୍ନୀଙ୍କ ସହ ଭଲରେ ଚଳୁଥିବାବେଳେ ମନ୍ମଥଙ୍କ ନାଁରେ କେତେବେଳେ ଅର୍ଚ୍ଚନା ନାଗ ତ ଆଉ କିଏ କାହିଁକି ଯୋଡ଼ି ହେଉଛନ୍ତି ଓ ନାରୀମାନଙ୍କ ପ୍ରତି କାହିଁକି ସେ ବାରମ୍ବାର ଖରାପ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସୁର ସେସବୁ କହିଥିଲେ । ଯାହାପରେ ଶ୍ରୀମୟୀ ମିଶ୍ର ଟୁଇଟ କରି ସୁର ରାଉତରାୟ ଙ୍କୁ ସଂସ୍କାର ଶିଖେଇବା ପରେ । ପୁଣିଥରେ ଏପରି କିଛି ଫେସ୍ବୁକରେ ପୋଷ୍ଟ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଶ୍ରୀମୟୀ ଙ୍କ ଏପରି ପୋଷ୍ଟରେ କଣ ଉତ୍ତର ରଖୁଛନ୍ତି ସୁର ରାଉତରାୟ ।

Leave a Reply

Your email address will not be published. Required fields are marked *