Pratidin TV

Odisha's Digital News Platform

କୋରିଓଗ୍ରାଫର୍‌ଙ୍କୁ ବଡ଼ ଝଟକା , ଫେରାଇ ନିଆଗଲା ଜାତୀୟ ପୁରସ୍କାର…

1 min read

‘ସ୍ତ୍ରୀ ୨’ର ଲୋକପ୍ରିୟ ଗୀତ ‘ଆଇ ନେହିଁ’ର କୋରିଓଗ୍ରାଫର ଶେଖ୍‌ ଜାପୀ ବାଶା ଓରଫ୍‌ ଜାନୀ ମାଷ୍ଟରଙ୍କ ଅଡୁଆ ଥମିବାର ନାଁ ନେଉ ନାହିଁ। କୁକର୍ମ ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। ‘ମେଘମ୍ କାରୁକଥା’ ଗୀତ ପାଇଁ ‘ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା ଜାତୀୟ ପୁରସ୍କାର ଫେରାଇ ନିଆଯାଇଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବୟାନ ଜାରି କରି ଘୋଷଣା କରିଛି ଯେ, ଜାନୀ ମାଷ୍ଟରଙ୍କୁ ଦିଆଯିବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରଦ୍ଦ କରିଦିଆଯାଇଛି। ଏହା ବ୍ୟତୀତ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ଯୋଗ ଦେବାପାଇଁ ଜାନୀ ମାଷ୍ଟରଙ୍କୁ ଦିଆଯାଇଥିବା ନିମନ୍ତ୍ରଣକୁ ମଧ୍ୟ ରଦ୍ଦ କରି ଦିଆଯାଇଛି।

Advertisement

କହିରଖୁ ଯେ, ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟର ଅର୍ଥାତ୍ ଶେଖ ଜାନି ବାଶାଙ୍କ ଉପରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। POCSO ଅଧୀନରେ ଏହି ମାମଲା ପଞ୍ଜୀକୃତ ହେବା ପରେ ସ୍ପେଶାଲ ଅପରେସନ୍ ଟିମ୍ (SOT) ତାଙ୍କୁ ୧୯ସେପ୍ଟେମ୍ବରରେ ଗୋଆରୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *