Pratidin TV

Odisha's Digital News Platform

କରୋନାରେ ସ୍ତ୍ରୀଙ୍କୁ ହରାଇଥିଲେ , ପିଲାଙ୍କ ପାଇଁ ତିଆରି କରିଦେଲେ ସିଲିକନ୍‌ର ମା ।

1 min read

ଗଞ୍ଜାମ ; ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ। ମଥାରେ ଦେଇଥିଲେ ସିନ୍ଦୂର। ଉଭୟ ଉଭୟଙ୍କ ପାଇଁ ସୁଖ, ଦୁଃଖର ସାଥ୍ ଥିଲେ । ସାତ ଜନ୍ମର ସାଥି ହେବେ ବୋଲି କଥା ଦେଇଥିଲେ। ହେଲେ କରୋନାରେ ପତ୍ନୀ ହାତ ଛାଡ଼ି ଆରପାରିକୁ ଚାଲିଗଲେ । ପ୍ରତ୍ୟେକ ଦିନ ତାଙ୍କୁ ମନେ ପକାଇ ଭାଙ୍ଗି ପଡ଼ିଥିଲେ ସ୍ଵାମୀ ପ୍ରଶାନ୍ତ ନାୟକ। ତାଙ୍କ ସ୍ମୃତିରେ ସିଲିକନ୍ ପ୍ରତିମୂର୍ତି ନିର୍ମାଣ କରିଛନ୍ତି। ସେ ଆଉ ନାହାନ୍ତି ସତ ହେଲେ ପାଖରେ ଥିଲା ପରି ଲାଗୁଛି । ଏହି ମୂର୍ତି ପତ୍ନୀଙ୍କ ଅନୁପସ୍ଥିତିକୁ ସାମାନ୍ୟ ଦୂରେଇ ଦେଇଥିବା କହିଛତି ପ୍ରଶାନ୍ତ ।

ବ୍ରହ୍ମପୁର ଜଗବନ୍ଧୁ ସାହିର ବ୍ୟବସାୟୀ ନାୟକ ୧୯୯୭ ମସିହାରେ କିରଣବାଳାଙ୍କୁ ବିବାହ କରିଥିଲେ। କୋଭିତ ସମୟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାନ୍ତ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ। ପ୍ରଶାକ୍ଷଙ୍କ ଦୁଇ ଝିଅ ମେଘନା ଓ ମେହେକ, ପୁଅ ଆୟାନ ମାଆଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ। ସାମାଜିକ ଗଣମାଧ୍ୟମରେ ସିଲିକନ ମୂର୍ତ୍ତି ଦେଖୁଥିଲେ ଏବଂ ଏହା ଜୀବନ୍ତ ଦେଖାଯାଉଥିବାରୁ ପ୍ରଭାବିତ ହୋଇଥିଲେ ପରିବାର । ଝିଅ ଓ ପୁଅଙ୍କ ଅନୁରୋଧକ୍ରମେ ସେହି ବର୍ଷ ନଭେମ୍ବରରେ ମୂର୍ତି ତିଆରି କରିବା ପାଇଁ ବେଙ୍ଗାଲୁରୁର ଜଣେ ଶିଳ୍ପୀଙ୍କୁ ଯୋଗାଯୋଗ କରିଥିଲେ ପ୍ରଶାନ୍ତ । ତାଙ୍କ ଘରେ ପହଞ୍ଚି ଶିଳ୍ପୀ ପୁରୁଣା ଫଟୋ ମଧ୍ୟରୁ ଗୋଟିଏ ଫଟୋ ଚୟନ କରିଥିଲେ । ତାହାକୁ ସେ ଜୀବନ୍ତ ରୂପ ଦେଇଥିଲେ । ୮ ମାସ ପରେ ରକ୍ତ ମୂର୍ତ୍ତିକୁ ତିଆରି କରି ସ୍ବତନ୍ତ୍ର ଗାଡ଼ିରେ ବ୍ରହ୍ମପୁର ଆଣିଛନ୍ତି। ମୂର୍ତି ତିଆରି ପାଇଁ ୮ ଲକ୍ଷ ଟଙ୍କା ଶିଳ୍ପୀ ନେଇଛତି। ସେହି ପରି ଟ୍ରାନ୍ସପୋର୍ଟ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘରେ ପ୍ରତିଦିନ ଉକ୍ତ ମୂର୍ତିକୁ ସଜା ଯାଉଛି । ପ୍ରଶାନ୍ତଙ୍କ ସାନ ଝିଅ ମେହେକ ପ୍ରତିଦିନ ମାଆଙ୍କ ପ୍ରତିମୂର୍ତ୍ତିକୁ ଶାଢ଼ି, ସୁନା ଅଳଙ୍କାର ପିନ୍ଧାଇ ସଜାଉଛନ୍ତି ।

Advertisement

ବ୍ୟବସାୟ ସହିତ ସମସ୍ତ କ୍ଷେତ୍ରରେ ପତ୍ନୀ ତାଙ୍କୁ ସହଯୋଗ କରିବା ସହ ପ୍ରେରଣା ଦେଉଥିଲା। ତାଙ୍କ ମୃତ୍ୟୁ ପରେ ସଭିଏଁ ମର୍ମାହତ ହୋଇ ରହିଥିଲୁ । ବର୍ତ୍ତମାନ ଏହି ପ୍ରତିମୂର୍ତି ତାଙ୍କର ଅନୁପସ୍ଥିତିକୁ ସାମାନ୍ୟ ଦୂର ଦେଇପାରିଛି ବୋଲି ପ୍ରଶାନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *