Pratidin TV

Odisha's Digital News Platform

ପୁଣିଥରେ ଆନ୍ଦୋଳନ କୁ ଓହ୍ଲାଇଲେ ଜୁନିଅର ଡାକ୍ତର , ଚିନ୍ତାରେ ମମତା ସରକାର …

1 min read

ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ଏଠି ସୁରକ୍ଷିତ ନୁହେଁ ଝିଅଟିଏ। କୋଲକାତାରେ ଘଟିଥିବା ଅମାନୁଷିକ ଘଟଣା ପରେ ଏ କଥା ସମସ୍ତେ କହୁଛନ୍ତି। ଘରର ଝିଅ ବୋହୂଙ୍କୁ ବାହାରକୁ ଛାଡ଼ିବାକୁ ଏବେ ପରିବାର ଲୋକେ ଭୟ କରୁଛନ୍ତି ।

କୋଲକାତାରେ ଘଟିଥିବା ଟ୍ରେନି ମହିଳା ଡାକ୍ତର କୁକର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ପୋଲିସ ଗିରଫ କରିଛି। ୧୪ ଦିନିଆ ପୋଲିସ ରିମାଣ୍ଡରେ ଯାଇଛି ଅଭିଯୁକ୍ତ। ତେବେ ଏଯାଏଁ ଥମିନି ପ୍ରତିବାଦର ସ୍ଵର। ଅଭୟାଙ୍କୁ ଉଚିତ୍ ନ୍ୟାୟ ଏବଂ ଦେଶର ବିଭିନ୍ନ ଡାକ୍ତରୀ ପଢ଼ୁଆ ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସୁରକ୍ଷା ଦାବିରେ ପୁଣିଥରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର ।

Advertisement

ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନଥିବାରୁ ସେମାନେ ଆଣିଛନ୍ତି ଅଭିଯୋଗ। ତେବେ ଶୁକ୍ରବାର ଧର୍ମତାଲାର ଡୋରିନା କ୍ରସିଂରେ ଧାରଣ ଆରମ୍ଭ କରିଥିଲେ ଜୁନିଅର ଡାକ୍ତର। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ପାଇଁ ୨୪ ଘଣ୍ଟାର ସମୟସୀମା ନିର୍ଦ୍ଧାରଣ କରିଥିଲେ। ହେଲେ ସରକାର ସମୟସୀମା ମଧ୍ୟରେ ଦାବି ପୂରଣ କରିନଥିବାରୁ ଆମରଣ ଅନଶନରେ ବସିବା ନେଇ ଜୁନିଅର ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି।

ତେବେ ବର୍ତ୍ତମାନ ୬ ଜଣ ଜୁନିଅର ଡାକ୍ତର ଆମରଣ ଅନଶନ ଆରମ୍ଭ କରିଛନ୍ତି। ପରେ ପରେ ଅନ୍ୟ ଡାକ୍ତରମାନେ ଏଥିରେ ସାମିଲ ହେବେ। ସ୍ୱଚ୍ଛତା ବଜାୟ ରଖିବାକୁ ମଞ୍ଚରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏନେଇ ଆମରଣ ଅନଶନରେ ବସିଥିବା ଜଣେ ଡାକ୍ତରୀ ଛାତ୍ର କହିଛନ୍ତି ଯେ, ‘ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଆରମ୍ଭ କରୁଛୁ।’ ପ୍ରକାଶ ଥାଉକି, ସେପ୍ଟେମ୍ବର ୧୭ ତାରିଖରେ ଜୁନିଅର ଡାକ୍ତର ଓ ମମତା ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ମାନିଥିଲେ ରାଜ୍ୟ ସରକାର । ଡାକ୍ତରଙ୍କ ଦାବି ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ। ତେବେ ଦାବି ପୂରଣ ନହେବାରୁ ଡାକ୍ତର ସଂଘ ପୁଣିଥରେ ଆନ୍ଦୋଳନ ଜାରି ରଖିଛନ୍ତି। ଗତ ୧ ତାରିଖରୁ ଜୁନିୟର ଡାକ୍ତର ସଂଘର ଏହି ଆନ୍ଦୋଳନ ଜାରି ରହିଛି। ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲରେ ଘଟିଥିଲା ଓ ଅଘଟଣ। ଦୀର୍ଘ ୪୨ ଦିନ ଧରି ଆନ୍ଦୋଳନ ପରେ ପୁଣି ସେପ୍ଟେମ୍ବର ୨୧ରେ କନିଷ୍ଠ ଡାକ୍ତରମାନେ ଆଂଶିକ କାର୍ଯ୍ୟ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *