Pratidin TV

Odisha's Digital News Platform

ମୁଖ୍ଯମନ୍ତ୍ରୀ ବସ ସେବାକୁ ବିରୋଧ; ୧୪ ଜିଲ୍ଲାରେ ଗଡ଼ିବନି ବସ୍‌

1 min read

ଆଜି ସନ୍ଧ୍ୟାରୁ ଗଡିବନି ବସ | ମୁଖ୍ଯମନ୍ତ୍ରୀ ବସ ସେବାକୁ ବିରୋଧ । ବ୍ଲକ ସ୍ତରରେ ଚଳାଚଳକୁ ବିରୋଧ କରି ଆଜି ସନ୍ଧ୍ଯାରୁ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ ଡାକରା ଦେଇଛି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ୍ ମାଲିକ ସଂଘ । ପଶ୍ଚିମାଞ୍ଚଳରେ ପ୍ରଭାବିତ ହୋଇପାରେ ଗମନାଗମନ ବ୍ୟବସ୍ଥା। ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜି ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡିବନି ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ।

ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସଂଘଗୁଡିକର ଅଭିଯୋଗ ଯେ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହୁଁ । ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଜିଠୁ ଆନ୍ଦୋଳନର ଧମକ ଦିଆଯାଇଛି।

Advertisement

ପୂଜା ସମୟରେ ଏଭଳି ଚକା ବନ୍ଦ ଆନ୍ଦୋଳନ ନିଷ୍ପତ୍ତିକୁ ଯାତ୍ରୀ ନାପସନ୍ଦ କରିଥିବା ବେଳେ ଏପଟେ ଧର୍ମଘଟରୁ ଓହରିଯିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି ଏନେଇ ଆଜି ଆଲୋଚନା କରାଯିବ । ବ୍ଲକ ସ୍ତରରେ ଚଳାଚଳ କରୁଥିବା ବସର ରୁଟ ପରିବର୍ତନ ପାଇଁ ତର୍ଜମା ଚାଲିଛି । ଆପୋଷ ଆଲୋଚନା କରି ଖୁବଶୀଘ୍ର ରାଜ୍ଯ ସରକାର ନିଷ୍ପତ୍ତି ନେବେ ।

Leave a Reply

Your email address will not be published. Required fields are marked *