Pratidin TV

Odisha's Digital News Platform

କରାଚି ବିମାନ ବନ୍ଦରରେ ଭୟଙ୍କର ବିସ୍ପୋରଣ ; ୨ ବିଦେଶୀ ନାଗରିକ ମୃତ , ୧୭ ଆହତ…

1 min read

ରବିବାର ମଧ୍ୟରାତ୍ରିରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଆହୁରି ମଧ୍ୟ ଖବର ରହିଛି ଯେ ଏହି ବିସ୍ଫୋରଣ ଏକ ଆକ୍ରମଣ ଥିଲା, ଯାହା ମାଧ୍ୟମରେ ପୋର୍ଟ କାସିମ ଇଲେକ୍ଟ୍ରିକ୍ ପାୱାର କମ୍ପାନୀର ଚୀନ୍ କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଥିଲା ଯେଉଁଥିରେ ଦୁଇ ଚୀନ୍ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଥିଲେ। ଚୀନ୍ ଏହି ଘଟଣାର ତଦନ୍ତ ଦାବି କରିଛି। ଏହି ବିସ୍ଫୋରଣ ପାଇଁ ବାଲୁଚିସ୍ତାନ ମୁକ୍ତି ସେନା ଦାୟିତ୍ ଗ୍ରହଣ କରିଛି ସିନ୍ଧ ପ୍ରଦେଶର ଗୃହମନ୍ତ୍ରୀ ଜିଆ ଉଲ୍ ହାସନ ଲଞ୍ଜର କହିଛନ୍ତି ଯେ ଏହି ବିସ୍ଫୋରଣ ସନ୍ଦେହଜନକ IED ଦ୍ୱାରା ଘଟିଛି ଯେଉଁଥିରେ ଜଣେ ବିଦେଶୀ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ସାରା କରାଚି ସହରରେ ଏହା ଶୁଣିବାକୁ ମିଳିଥିଲା ଜ୍ଝ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଧୂଆଁ ମୟଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisement

ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ହେତୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅଟକି ରହିଥିବା ଗାଡିରେ ନିଆଁ ଲାଗିଯାଇଥିଲା। ସୂଚନା ଅନୁଯାୟୀ ବିମାନ ବନ୍ଦରକୁ ଯାଉଥିବା ମୁଖ୍ୟ ରାସ୍ତାରେ ଏହି ବିସ୍ଫୋରଣ ଘଟିଛି। କିଛି ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରଣ ଏକ ତେଲ ଟ୍ୟାଙ୍କରରେ ଘଟିଛି। ତେବେ ଘଟଣାର ତଦନ୍ତ ଜାରି ରହିଛି।ବିସ୍ଫୋରଣ ପରେ ଜରୁରୀକାଳୀନ ସେବାକୁ ହାଇ ଆଲର୍ଟ କରାଯାଇଛି। ସିନ୍ଧ ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିସ୍ଫୋରଣରେ ଅନେକ ଗାଡି ନଷ୍ଟ ହୋଇଯାଇଛି, କାରଣ ବିଦେଶୀ ନାଗରିକଙ୍କ କନଭେନ ବିମାନବନ୍ଦରରୁ ବାହାରିବା ସମୟରେ ଏହି ବିସ୍ଫୋରଣ ଘଟିଛି।

Leave a Reply

Your email address will not be published. Required fields are marked *