Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହେଲେ ୧୦ ଶିକ୍ଷକ ..

1 min read

ମାଲକାନଗିରି : ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ସ୍କୁଲରୁ ବହିସ୍କୃତ ହେଲେ ୧୦ ଶିକ୍ଷକ । ସ୍କୁଲ ଆସି ପିଲାମାନଙ୍କୁ ପଢାଇବା ବଦଳରେ ବର୍ଷେ ବର୍ଷେ ଧରି ଛୁଟିରେ ରହୁଛନ୍ତି ଶିକ୍ଷକ । ବିନା ନୋଟିସ୍‌ରେ ବିନା ଦରଖାସ୍ତରେ ଛୁଟିରେ ରହିଲେ କନିଷ୍ଠ ଶିକ୍ଷକ ।ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ତାଂକୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।

ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଘୋଷଣା କରାଯାଇଛି ଯେ ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସଂତୋଷ କୁମାର ସ୍ବାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ନିଜ ସ୍କୁଲରେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ। ସେମାନଙ୍କୁ ଏହି ଅନୁପସ୍ଥିତ ରହିବା ନେଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଗଣମାଧ୍ୟମରେ ଏନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା କାର୍ଯ୍ୟରୁ ବହିଷ୍କୃତ କରିଥିବା କହିଛନ୍ତି।

ଏହାପରେ ମଧ୍ୟ ବହିସ୍କୃତ ଶିକ୍ଷକମାନଙ୍କର କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ । ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହୁଥିଲେ। ଏପରିକି କିଏ ୪ ବର୍ଷ ତ କିଏ ୫ ବର୍ଷ ହେଲା ସ୍କୁଲକୁ ଆସୁ ନ ଥିଲେ।

Leave a Reply

Your email address will not be published. Required fields are marked *