Pratidin TV

Odisha's Digital News Platform

ଆଜି ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ ୧ ଟଙ୍କା , ନଆସିଲେ ମିଳିବନି ..

1 min read

ଆଜି ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯିବ। ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ।ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ଏହି ପର୍ଯ୍ୟାୟରେ ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ। ଏ ପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି। ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ତେବେ ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ, ସେହି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆଜି ପରୀକ୍ଷାମୂଳକ ୧ ଟଙ୍କା ଆସିବ।

Advertisement

Leave a Reply

Your email address will not be published. Required fields are marked *