Pratidin TV

Odisha's Digital News Platform

ରାଜଧାନୀରେ ହାଇଡ୍ରାମା: ନିଜକୁ ସମାଜସେବୀ କହୁଥିବା ଦୁଇ ମହିଳା ହେଲେ ହାତାହାତି …

1 min read

ରାଜଧାନୀ ଭୁବନେଶ୍ବରର ରାଜରାସ୍ତା କଡ଼ରେ ଦୁଇ ମହିଳାଙ୍କ ହାଇଡ୍ରାମା। ଜୟଦେବ ଭବନ ପାର୍କିଂରେ ଏହି ଘଟଣା ଦେଖିବାକୁ ମିଳିଛି। ସମାଜସେବୀ ବୋଲି ନିଜକୁ ଦାବି କରୁଥିବା ଦୁଇ ମହିଳା ହାତାହାତି ହୋଇଛନ୍ତି। ଜଣେ ମହିଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ଏହି ଘଟଣା ଘଟିଥିଲା। ଦୁଇ ମହିଳା ହାତାହାତି ହେବା ସହ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ତେବେ ଭରତପୁର ଥାନାରେ ଆର୍ମି ଅଫିସର ଓ ବାନ୍ଧବୀଙ୍କୁ ର୍ନିଯାତନା ଘଟଣା ଏହାର ମୂଳ କାରଣ ବୋଲି ଜଣାପଡ଼ିଛି।

ସମାଜୀସେବୀ ବୋଲି ଦାବି କରୁଥିବା ଜଣେ ମହିଳା ପୋଲିସକୁ ସମର୍ଥନ କରୁଥିବାବେଳେ ଅନ୍ୟ ଜଣେ ମହିଳା ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ସମର୍ଥନ କରୁଛନ୍ତି। ବାସ ଏତିକି କାରଣକୁ ରାଜଧାନୀ ରାସ୍ତା ଉପରେ ହାଇଡ୍ରାମା କରୁଥିଲେ ଦୁଇ ମହିଳା। ଉଭୟଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ କମେଣ୍ଟ ଦିଆନିଆ ଓ ଆକ୍ଷେପ ପ୍ରତିଆକ୍ଷେପରୁ ବଚସା ହୋଇଥିଲା। ଏପରିକି ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ମଧ୍ୟ ହୋଇଥିଲା। ତେବେ ରବିବାର ଜଣେ ମହିଳା ଏହି ଘଟଣାକୁ କେନ୍ଦ୍ରକରି କିଛି ୱେବ ମିଡିଆକୁ ପ୍ରତିକ୍ରିୟା ଦେଉଥିଲେ। ଏହି ସମୟରେ ଅନ୍ୟ ଜଣେ ମହିଳା ସେଠାକୁ ଆସି ତାଙ୍କୁ ବିରୋଧ କରିଥିଲେ। ଫଳରେ ପରିସ୍ଥିତି ଭୟଙ୍କର ହୋଇଥିଲ। ଦୁଇଜଣ ଚୁଟି ଟଣାଟଣି ଓ ମୁଥ ମରାମରି ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଲାଗି ରହିଥିଲା। କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisement

Leave a Reply

Your email address will not be published. Required fields are marked *