Pratidin TV

Odisha's Digital News Platform

ରିଲିଜ୍ ହେଲା ସିଙ୍ଘମ୍ ଏଗେନ୍ ଟ୍ରେଲର ; ଜବରଦସ୍ତ ଆକ୍ସନ ସହ ରାମ ଆଉ ଲଙ୍କାର କାହାଣୀକୁ ଏକ ନୂଆ ରୂପରେ ଦେଖିବେ ଦର୍ଶକ ….

1 min read

ସାମ୍ନାକୁ ଆସିଲା ସିଙ୍ଘମ ଏଗେନ୍‌ର ଜବରଦସ୍ତ ଟ୍ରେଲର । ଆଉ ଟ୍ରେଲର ଦେଖାଇଲା ପୁରା ରାମାୟଣ । ଭରପୁର ଆକ୍ସନ ସହ ଅଜୟଦେୱଗନ୍ , କରିନ.ଦୀପିକା,ଟାଇଗର , ରଣବୀର ଏବ ଂ ଅକ୍ଷୟ କୁମାରଙ୍କ ସହ ଅର୍ଜୁନ କପୁରଙ୍କ ଭିଲିଆନ୍ ଆକ୍ଟିଂ ଆପଣଙ୍କ ପଲକ ପକେଇ ଦେବନି । କାହିଁକି ନା ରୋହିତ ସେଟ୍ଟୀଙ୍କ ଜବରଦସ୍ତ ଆକ୍ସନ ସହ ଫିଲ୍ମର କିଛିମାତ୍ରାରେ ରାମାୟଣ ସହ ଜଡିତ କରାଯାଇଛି ।

ୟୁନିଫର୍ମରେ ପୁରା ବଲିଉଡ୍ ଲଗାଇବ ତଡ୍‌କା –
ସିଂଘମ୍ ,ସିଂଘମ୍ ରିଟର୍ଣ୍ଣ ,ସିମ୍ବା,ସୂର୍ଯ୍ୟବଂଶୀ କୁ ପଛରେ ପକାଇ ପାର୍ବଣରେ ବକ୍ସଅଫିସ ଘାଣ୍ଟିବ ଅଜୟ ଦେୱଗନ୍‌ଙ୍କ ସିଂଘମ୍ ରିଟର୍ଣ୍ଣ ଏଗେନ୍ । ଏହି ଫିଲ୍ମରେ ରାମ ଏବଂ ସୀତାଙ୍କ ଭାବରେ ଅଜୟ ଏବଂ କରିନାଙ୍କୁ ଦେଖାଯାଇଥିବା ବେଳେ , ଲକ୍ଷ୍ମଣ ଭୂମିକାରେ ଟାଇଗର ସର୍ଫ ଏବଂ ହନୁମାନ ଭୂମିକାରେ ରଣବୀର ସିଂଙ୍କୁ ଦର୍ଶାଯାଇଛି ।

Advertisement

ନଭେମ୍ବର ୧ ରେ ମୁକ୍ତିଲାଭ କରିବ ଫିଲ୍ମ –
ଏଥର ଏହି ଚଳଚ୍ଚିତ୍ରରେ ଆପଣ କେବଳ ଅଜୟ ନୁହଁନ୍ତି ବରଂ ଅକ୍ଷୟ କୁମାର, ଦୀପିକା ପାଦୁକୋନ, ଟାଇଗର ଶ୍ରଫ, ଅର୍ଜୁନ କପୁର, ଜ୍ୟାକି ଶ୍ରଫଙ୍କ ସହ କରୀନା କପୁରଙ୍କୁ ମଧ୍ୟ ଦେଖୁଛନ୍ତି। ଏହା ସହିତ ପ୍ରଶଂସକମାନେ ରୋହିତ ଶେଟ୍ଟୀଙ୍କ ଆକ୍ସନ୍ ଦେଖିବାକୁ ପାଇବେ । ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ହିଟ୍ ଫ୍ରାଞ୍ଚାଇଜ୍ ଚଳଚ୍ଚିତ୍ର କାର୍ତ୍ତିକ ଆର୍ଯ୍ୟନ୍ଏବଂ ତୃପ୍ତି ଡିମ୍ରିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭୋଲ୍ ଭୁଲିଆ ୩’ ସହିତ ସଂଘର୍ଷ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *