Pratidin TV

Odisha's Digital News Platform

ବିବାହିତ ପ୍ରେମିକା କୁ ହଇରାଣ କରୁଥିଲା ପ୍ରେମିକ , ପ୍ରେମିକକୁ ପ୍ରେମିକା ଫିଙ୍ଗିଲା ଏସିଡ୍…

1 min read

ପରକୀୟା ପ୍ରୀତିର  କରୁଣ ପରିଣତି । ପ୍ରେମିକକୁ ଏସିଡ ମାରିଲା ପ୍ରେମିକା । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଆଲିଗଡରେ ।  ଜଣେ ବିବାହିତ  ମହିଳା ନିଜ  ପ୍ରେମିକ ଉପରକୁ ଏସିଡ୍  ଫିଙ୍ଗିଛନ୍ତି । ୧୨ ବର୍ଷ ହେଲା ତାଙ୍କୁ ହଇରାଣ କରି ଆସୁଥିବା ରୁ ଏପରି କାଣ୍ଡ ଭିଆଇଛନ୍ତି ପ୍ରେମିକା । 

ସୂଚନା ଅନୁସାରେ, ମହିଳାଙ୍କ ନାଁ ବର୍ଷା। ସେ ବିବାହ କରିଥିଲେ ମଧ୍ୟ ବିବେକ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରେ ଥିଲେ। ଆଜି ବିବେକ ତାଙ୍କୁ ଭେଟିବା ପାଇଁ ରେଷ୍ଟୋରାଣ୍ଟଙ୍କୁ ଡାକିଥିଲେ। ଉଭୟ କଥାବାର୍ତ୍ତା ହେବା ସମୟରେ ବର୍ଷା ହଠାତ୍ ବ୍ୟାଗରୁ ଏସିଡ୍ ବୋତଲ୍ ବାହାର କରି ବିବେକଙ୍କ ଉପରକୁ ଫିଙ୍ଗିଥିଲେ।

Advertisement

ବିବେକ ଗୁରୁତର ଭାବେ ଆହତ ହୋଇ ଥିବାବେଳେ ବର୍ଷା ଏବଂ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ଉପରେ ମଧ୍ୟ କିଛି ଏସିଡ ପଡିବାରୁ ସେମାନଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ସେପଟେ, ଆକ୍ରମଣ ପରେ ବିବେକ ଘଟଣାସ୍ଥଳରୁ ଫେରାର ମାରିଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବର୍ଷା ଏବଂ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ବର୍ଷା ଅନ୍ୟତ୍ର ବିବାହ କରି ଥିବାବେଳେ ଘଟଣା ପରେ ବିବେକ ଫେରାର୍ ହୋଇଯିବା ଘଟଣାର ଜଟିଳତାକୁ ବଢେଇ ଦେଇଛି। ତଦନ୍ତ  ସରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *