Pratidin TV

Odisha's Digital News Platform

ଯାତ୍ରୀ ମାନେ ଧ୍ଯାନ ଦିଅନ୍ତୁ, ଏହି ଟ୍ରେନରେ ଯାତ୍ରୀଙ୍କୁ ମିଳୁଛି ମାଗଣା ଖାଦ୍ୟ…

1 min read

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଯଦି ଆଗକୁ କେବେ ଟ୍ରେନରେ ଯାତ୍ରା(Travel in train) କରିବାକୁ ପ୍ଲାନ ରଖିଛନ୍ତି ତାହାଲେ ଏହି ଖବର କେବଳ ଆପଣଙ୍କ ପାଇଁ । କାରଣ ଟ୍ରେନରେ ମିଳୁଛି ଫ୍ରି ଖାଇବା । ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ଟ୍ରେନ ଭିତରେ ମାଗଣାରେ ଖାଦ୍ୟ ଓ ପାନୀୟ ସୁବିଧା ଯୋଗାଇ ଦିଆଯିବ। କାରଣ ଭାରତୀୟ ମାନେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି । କାହିଁକି ନା ସୂଲଭ ମୂଲ୍ୟ ସହ ଆରାମଦାୟକ ଯାତ୍ରା ଅନୁଭୂତି ଟ୍ରେନରୁ ହିଁ ମିଳିଥାଏ । ଟ୍ରେନରେ ଲମ୍ବା ଯାତ୍ରା ସମୟରେ କଣ ଖାଇବେ, ତାହାକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି । କିଏ କିଏ ଘରୁ ଖାଇବା ତିଆରି କରି ନେଇଥାନ୍ତି ତ ଆଉ କିଏ ଟ୍ରେନରେ ମିଳୁଥିବା ଖାଦ୍ୟ କିଣିକି ଖାଇଥାନ୍ତି । ଦେଶରେ ଏମିତି ଏକ ଟ୍ରେନ ଚଳାଚଳ କରୁଛି ଯେଉଁଥିରେ ଯାତ୍ରା କଲେ ଯାତ୍ରୀଙ୍କୁ ଖାଇବା ଟେନସନ ଚୁଟକିରେ ଦୂର ହୋଇଯାଏ । କାହିଁକି ନା ବିନା କୌଣସି ମୂଲ୍ୟରେ ଟ୍ରେନ ଖାଦ୍ୟ ପରସା ଯାଏ । ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଦିଆଯାଇଥାଏ । ଆପଣ ଜାଣିଛନ୍ତି କି କେଉଁ ଟ୍ରେନରେ ଗଲେ ମିଳିବ ମାଗଣା ଖାଦ୍ୟ । ଆସନ୍ତୁ ଜାଣିବା ତାହା ବିଷୟରେ ।

ସଚଖଣ୍ଡ ଏକ୍ସପ୍ରେସ ରେ ଯାତ୍ରୀଙ୍କୁ ଦିଆଯାଏ ମାଗଣା ଖାଦ୍ୟ । ଏହି ଟ୍ରେନ ମହାରାଷ୍ଟ୍ରର ନାନ୍ଦେଡ ହାଜୁର ସାହେବ ଓ ପଞ୍ଜାବର ଅମୃତସର ମଧ୍ୟରେ ଚାଲିଥାଏ । ଯେଉଁ ଯାତ୍ରୀମାନେ ଏହି ଟ୍ରେନରେ ଯାତ୍ରା କରନ୍ତି ସେମାନଙ୍କୁ ଖାଦ୍ୟ ଏବଂ ପାନୀୟ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ପଡେ ନାହିଁ । ବହୁ ବର୍ଷ ହେବ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ଦିଆଯାଉଛି ।

Advertisement

ସଚଖଣ୍ଡ ଏକ୍ସପ୍ରେସ ଟ୍ରେନ୍ ଭୋପାଳ, ନୂଆଦିଲ୍ଲୀ ସମେତ ୩୯ଟି ଷ୍ଟେସନରେ ରହିଥାଏ । ସେଥି ମଧ୍ୟରୁ ୬ଟି ଷ୍ଟେସନ ମନମାଦ୍, ନାନ୍ଦେଡ , ଭୁସାଭାଲ୍, ଭୋପାଳ, ଗ୍ୱାଲିଅର୍ ଏବଂ ନୂଆଦିଲ୍ଲୀରେ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଦିଆଯାଇଥାଏ । ଏହି ଷ୍ଟେସନଗୁଡ଼ିକରେ ଟ୍ରେନର ଅଟକିବା ସମୟ ମଧ୍ୟ ସେହି ଅନୁସାରେ ସ୍ଥିର କରାଯାଇଛି ଯାହାଦ୍ୱାରା ଯାତ୍ରୀମାନେ ଖାଦ୍ୟ ଖାଇପାରିବେ ।

ରିପୋର୍ଟ ଅନୁଯାୟୀ, ସଚଖଣ୍ଡ ଏକ୍ସପ୍ରେସରେ ଗତ 29 ବର୍ଷ ହେଲା ଯାତ୍ରୀମାନଙ୍କୁ ମାଗଣା ଲଙ୍ଗର ଯୋଗାଇ ଦିଆଯାଉଛି । ଯାତ୍ରୀମାନେ ଲଙ୍ଗର ଖାଇବା ପାଇଁ ସାଙ୍ଗରେ ଥାଳି ମଧ୍ୟ ଆଣିଥାଆନ୍ତି । ନାନ୍ଦେଡର ଜଣେ ସ୍ଥାନୀୟ ଶିଖ ବ୍ୟବସାୟୀ ପ୍ରଥମେ ଟ୍ରେନରେ ଏହି ସେବା ଆରମ୍ଭ କରିଥିଲେ । କିନ୍ତୁ ପରେ ଏହାର ଦାୟିତ୍ବ ଗୁରୁଦ୍ୱାର ନେଇଥିଲା। ବର୍ତ୍ତମାନ ଉଭୟ ଜେନେରାଲ ଏବଂ ଏସି କୋଚରେ ପ୍ରତିଦିନ ପ୍ରାୟ 2,000 ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଉଛି । ମେନୁରେ ଭାତ, ତରକାରୀ, ଡାଲି ପରସା ଯାଏ ।

ନାନ୍ଦେଡ ଏବଂ ଅମୃତସର ମଧ୍ୟରେ 1995ରୁ ସପ୍ତାହିକ ଆଧାରରରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଏହା ପରେ ଏହାକୁ ଦୁଇ ସାପ୍ତାହିକ ସେବାରେ ପରିବର୍ତ୍ତନ କରାଯାଇଥିଲା । 1997-1998 ରେ, ଏହାକୁ ସପ୍ତାହରେ ପାଞ୍ଚ ଦିନ ଚାଲୁଥିବା ସୁପରଫାଷ୍ଟ ଟ୍ରେନରେ ପରିଣତ କରାଯାଇଥିଲା । 2007 ଠାରୁ ଏହି ଟ୍ରେନ ପ୍ରତିଦିନ ଚଳାଚଳ କରୁଛି । ଏହି ସୁପରଫାଷ୍ଟ ଟ୍ରେନର ନାମ ନାନ୍ଦେଡରେ ଅବସ୍ଥିତ ସଚଖଣ୍ଡ ସାହିବ ଗୁରୁଦ୍ୱାରଙ୍କ ନାମରେ ନାମିତ କରାଯାଇଛି । ଶିଖ ଧର୍ମର ଦୁଇଟି ମୁଖ୍ୟ ଧାର୍ମିକ ସ୍ଥଳକୁ ଏହା ଯୋଡିଥାଏ ।

Leave a Reply

Your email address will not be published. Required fields are marked *