Pratidin TV

Odisha's Digital News Platform

ଜାଣନ୍ତୁ କେଉଁମାନେ ହୋଇପାରିବେ ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ?

1 min read

ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟା ଅଫିସର ବ୍ୟକ୍ତିଗତ ସଚିବ ହୋଇପାରିବେ। ସେହିପରି ଯୁଗ୍ମ ସଚିବ ବା ଅନୁ ସଚିବ ପାହ୍ୟା ଅଫିସର ଓଏସଡି ହୋଇପାରିବେ। ତେବେ ଓଏସଡି ପ୍ରାଇଭେଟ ସେକ୍ରେଟାରୀଙ୍କ ଠାରୁ ଗୋଟିଏ ରାଙ୍କ ଜୁନିୟର ହୋଇଥିବା ଆବଶ୍ୟକ।

ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ, ଓଏସଡି ଥିଲେ ସେନେଇ ୫ ବର୍ଷର ବ୍ୟବଧାନ ରହିଥିବା ଜରୁରୀ। ବର୍ତ୍ତମାନର ନିଯୁକ୍ତି ଓ ପୂର୍ବ ନିଯୁକ୍ତି ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ରହିବା ବାଞ୍ଛନୀୟ ଅଟେ ବୋଲି କୁହାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କ ନାମରେ କୌଣସି ମାମଲା ବିଚାରାଧୀନ ନଥିବା ଜରୁରୀ ଅଟେ। ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *