Pratidin TV

Odisha's Digital News Platform

ହରିୟାଣା ରେଜଲ୍ଟ ; ଗଣତି ଆଗରେ ଭିନେଶ , ବନିବେ ମନ୍ତ୍ରୀ ନେବେ ବଡ ଦାୟିତ୍ୱ …

1 min read

ଚାଲିଛି ହରିୟାଣା ରେଜଲ୍ଟ ଗଣତି । ହରିୟାଣାର ୯୦ଟି ବିଧାନସଭା ଆସନରେ ଭୋଟ ଗଣତି ଜାରି ରହିଛି।
ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ଭାରତ ଫେରିଥିଲେ ଭିନେଶ ଫୋଗାଟ୍ । ତେବେ ଏହାପରେ କଂଗ୍ରେସ ତାଙ୍କୁ ଜୁଲାନାରୁ ପ୍ରାର୍ଥୀ କରିଥିଲା। ଆଉ ଆଜି ଗଣତି ରେ ଜୁଲାନା ଆସନରୁ ଷ୍ଟାର୍ ଆଥଲେଟ୍ ଭିନେଶ ଫୋଗାଟ ଆଗୁଆ ଅଛନ୍ତି।

ଅନ୍ୟପଟେ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଗୁଆ ଅଛନ୍ତି। ବିଜେପି ତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

Advertisement

ସେହିଭଳି ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ହିସାରରୁ, ସ୍ୱାଧୀନ ପ୍ରାର୍ଥୀ ରାଜେଶ ଜୁନ୍ ବାହାଦୂରଗଡରୁ ଆଗୁଆ ଅଛନ୍ତି। ବଦଲି ଆସନରୁ ବିଜେପିର ଓପି ଧନଖଡ଼, କଂଗ୍ରେସର ରଘୁବୀର କାଦନ ବେରୀରୁ ଆଗୁଆ ଅଛନ୍ତି। ଯମୁନନଗରରୁ ବିଜେପିର ରମଣ ତ୍ୟାଗି ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରାକେଶ କାମ୍ବୋଜ ଇନ୍ଦ୍ରିରୁ ଆଗୁଆ ଅଛନ୍ତି। କଂଗ୍ରେସର ମନଦୀପ ସିଂ ପେହୋୱା ଏବଂ ବିଜେପିର ପ୍ରମୋଦ ବିଜୟ ପାନିପାତ ସିଟିରୁ ଆଗୁଆ ଅଛନ୍ତି।

Leave a Reply

Your email address will not be published. Required fields are marked *