Pratidin TV

Odisha's Digital News Platform

ଆଜି ୯୨ ତମ ଭାରତୀୟ ବାୟୁସେନା ଦିବସ; ସ୍ୱାଧୀନତା ପରଠୁ ୪ଟି ଭୟଙ୍କର ଯୁଦ୍ଧରେ ହୋଇଛି ସାମିଲ

1 min read

ଆଜି ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ। ଏୟାଫୋର୍ସକୁ ପୂରିବ ୯୦ ବର୍ଷ । ଆକାଶ ମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବଳିଷ୍ଠ ଯୋଗଦାନ ରହିଛି। ବାୟୁସେନା ଭାରତୀୟ ସଶସ୍ତ୍ର ବାହିନୀର ଏକ ଅଭିନ୍ନ ଅଙ୍ଗ। ୮ ଅକ୍ଟୋବର ୧୯୩୨ରେ ପ୍ରତିଷ୍ଠା ହୋଇଥିଲା ବାୟୁସେନା, ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ପ୍ରତିବର୍ଷ ବାୟୁସେନା ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ୟାରେଡ୍‌ ଓ ଭବ୍ୟ ଏୟାର ଶୋ’ର ଆୟୋଜନ କରାଯାଇଥାଏ। ଚଣ୍ଡିଗଡ଼ଠାରେ ଆଜି ବାୟୁସେନା ଦିବସ ପାଳିତ ହେବ। ଏହି ଅବସରରେ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନରେ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯିବ ।

ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ବାୟୁସେନା ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏହା ପାଳନ କରାଯାଉଛି। ବ୍ରିଟିଶ୍‌ ସାମ୍ରାଜ୍ୟର ବାୟୁସେନାର ଏକକ ଭାବରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ‘ରୟାଲ୍’ ଶବ୍ଦକୁ ଭାରତୀୟ ବାୟୁସେନା ନାମରେ ଯୋଡ଼ା ଯାଇଥିଲା । କିନ୍ତୁ ସ୍ୱାଧୀନତାର ତିନି ବର୍ଷ ପରେ ୧୯୫୦ ମସିହାରେ ଏହାକୁ ହଟାଇ ଦିଆଯାଇଥିଲା। ସେବେଠାରୁ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଛି ।

Advertisement

ଦେଶରେ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା ୪ଟି ଯୁଦ୍ଧରେ ସାମିଲ ହୋଇସାରିଛି । ସେଥିମଧ୍ୟରୁ ତିନୋଟି ପାକିସ୍ତାନ ଏବଂ ଗୋଟିଏ ଚୀନ୍ ବିରୋଧରେ ରହିଛି । ଏହା ବ୍ୟତୀତ ଜାତିସଂଘର ଶାନ୍ତିରକ୍ଷା କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ସହଯୋଗ କରିଛି । ଭାରତୀୟ ସୀମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାୟୁସେନା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ। ଆମେରିକା, ଚୀନ୍‌ ଓ ରୁଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।

Leave a Reply

Your email address will not be published. Required fields are marked *