Pratidin TV

Odisha's Digital News Platform

କାହିଁକି ମା ସାଜିଲା ଏତେ ନିଷ୍ଠୁର ? ଦୁଇ ଝିଅକୁ ପୋଖରୀରେ ଫିଙ୍ଗି ନିଜେ ଜୀବନ ହାରିଲା ମା ..

1 min read

ଜଗତସିଂହପୁର ; ୯ ମାସ କଷ୍ଟ ଯନ୍ତ୍ରଣା ସହି ଯେଉଁ ମା ୨ ଛୁଆଙ୍କୁ ଜନ୍ମ ଦେଇଥିଲା । ଆଜି ସେହି ମା କେମିତି ଏତେ କଠୋର ହୃଦୟ ହୋଇଗଲା । କେମିତି ପଥର ପାଲଟିଗଲା । ୨ କଅଁଳ ଛୁଆଙ୍କୁ ପୋଖରୀରେ ପିଙ୍ଗି ନିଜେ ଝୂଲିପଡିଲା । ଏଭଳି ଏକ ଛାତିଥରା ଘଟଣା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ପନ୍ଦରକଟା ଗ୍ରାମରେ ଘଟିଛି । ସୂଚନା ଥାଉକି ପନ୍ଦର କଟା ଗ୍ରାମର ହରେକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ସୁଭଦ୍ରା ପାତ୍ର (୨୫) ତାଙ୍କର ଦୁଇଟି ଝିଅ, ବଡ଼ଝିଅ ସାଇସ୍ମୀତା ୪ ବର୍ଷ ଓ ସାନ ଝିଅ ସାଇସ୍ୱପ୍ନା ୯ ମାସର। ସୁଭଦ୍ରା ଦୁଇ ଝିଅକୁ ତାଙ୍କର ବାରିପଟ ପୋଖରୀରେ ଫୋପାଡି ଦେଇ ବାଉଁଶ ଗଛରେ ରସି ଲଗେଇ ଜୀଭନ ହାରିଥିବା ସୂଚନା ମିଳିଛି। ଏନେଇ ପଡିଶା ଘର ସାମ୍ନାରେ ଏହି ଦୃଶ୍ୟ ପଡିବା ପରେ ତୁରନ୍ତ ସୁଭଦ୍ରାଙ୍କ ଜୀବନ ଆଶାରେ ଗଛରୁ ରଶି କାଲି ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ୨ ଝିଅ ଘରେ ନଥିବା ଜାଣି ପୋଲିସ ଏବଂ ଅଗ୍ନିବାହୀ ଟିମ୍ ମଧ୍ୟ ପାଖ ପୋଖରୀରେ ଖୋଜା ଖୋଜି କରିଥିଲେ ।

ଅପରପକ୍ଷରେ ଝିଅର ବାପଘର ଲୋକ ଝିଅକୁ ଶାଶୁଘର ଲୋକ ମାରିଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଏସ୍ଡିପିଓ ଚିନ୍ମୟ ରାଉତ ଓ କୁଜଙ୍ଗ ଆଇଆଇସି ରଶ୍ମିରଞ୍ଜନ ଦାଶ ସୋମବାର ରାତ୍ରରେ ପନ୍ଦରକଟା ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହିତ ମା ଦୁଇ ଝିଅକୁ ପୋଖରୀରେ ଫୋପାଡି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ତିର୍ତ୍ତୋଲ ଏସ୍ଡିପିଓ ଓ କୁଜଙ୍ଗ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦୁଇଜଣ କନେଷ୍ଟବଳ ପନ୍ଦରକଟା ଗ୍ରାମରେ ରାତିସାରା ଡେଡବଡିକୁ ଜଗି ରହିବା ସହିତ ବାଉଁଶ ସାହାଯ୍ୟରେ ପୋଖରୀରୁ ଖୋଜାଖୋଜି କରିଥିଲେ।

Advertisement

ଆଜି ମଙ୍ଗଳବାର ସକାଳେ ୧୦ ଘଟିକା ସମୟରେ ଏରସମା ଅଗ୍ନିଶମ ବାହିନୀ ତାଙ୍କ ବାରିପଟ ପୋଖରୀରୁ ୪ ବର୍ଷର ବଡ଼ଝିଅକୁ ଲୁହା କଣ୍ଟାକୁ ରସିରେ ଲଗାଇ ପୋଖରୀରୁ ଖୋଜାଖୋଜି କରିଥିଲେ, ତେବେ ବର୍ତ୍ତମାନ ସୁଦ୍ଧା କେବଳ ୪ ବର୍ଷର ଝିଅ ଉଦ୍ଧାର ହୋଇନଥିବା ଜଣାପଡିଛି। ସୁଭଦ୍ରାଙ୍କ ସ୍ୱାମୀ ହରେକୃଷ୍ଣ ଘରେ ନଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯିବାରୁ ସମ୍ପୂର୍ଣ୍ଣ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *