Pratidin TV

Odisha's Digital News Platform

ପାର୍ବଣରେ ଛେଚୁଚି ବର୍ଷା ହଟସ୍ପଟରେ ପୁରୀ ଜିଲ୍ଲା

1 min read

ରାଜ୍ୟରେ ଜାରି ରହିଛି ତୁହା କୁ ତତୁହ ବର୍ଷା | ମୌସୁମୀ ସକ୍ରିୟ ରହିଥିବା ବେଳେ ଆଜି ୨୩ଟି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି | ଅଧିକ ଫୋକସରେ ରହିଛି ପୁରୀ ସହର | ଯେଉଁ କାରଣ ପାଇଁ ପ୍ରବଳ ବର୍ଷାରେ ଭାସି ଯାଇ ପାରେ ପୁରୀ ସହର | ଜଳମଗ୍ନ ହୋଇପାରେ ରାସ୍ତାଘାଟ | କେବଳ ଖୋର୍ଦ୍ଧା, ନୟାଗଡ଼, କଟା, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ , କେନ୍ଦ୍ରାପଡା, କନ୍ଧମାଳ, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର, କେଉଁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡକୁ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି |

କିନ୍ତୁ ଦଶହରାରେ ପାଗ ଶୁଖିଲା ରହିବ | ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିନାହିଁ | ୧୧ ତାରିଖରେ ପଶ୍ଚିମ ଓ ଅଭ୍ୟନ୍ତରଣୀୟ ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ | ୧୨ ତାରିଖରେ ଉତ୍ତର ଅଭ୍ୟନ୍ତରଣୀୟ ଓ ସଂଲଗ୍ନ ପଶ୍ଚିମ ଓଡିଶା ଜିଲ୍ଲା ଓ ୧୩-୧୪ ତାରିଖରେ ଦକ୍ଷିଣ ଓଡିଶା ବ୍ୟତୀତ ରାଜ୍ୟରେ ପାଗ ଶୁଖିଲା ରହିବ | ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର , କଟକ ର ଆକାଶ ମେଘଚ୍ଛନ୍ନ ରହିବାର ଆଶଙ୍କା ରହିଛି | ତେବେ ସେହିପରି ଆସନ୍ତାକାଲି ପୂର୍ବାହ୍ନରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି |

Advertisement

Leave a Reply

Your email address will not be published. Required fields are marked *