Pratidin TV

Odisha's Digital News Platform

ଆଗରେ ଅଛନ୍ତି ଓମାର ଅବଦୁଲ୍ଲା, କହିଲେ- ଜିତିବା ସୁନିଶ୍ଚତ, ପୂରା ଦମ୍‌ରେ ଲଢ଼ିଛୁ 

1 min read

ପ୍ରକାଶ ପାଇନି ନିର୍ବାଚନୀ ଫଳାଫଳ | କିନ୍ତୁ ମଇଦାନକୁ ଓହ୍ଲାଇଥିବା ଓମାର ଅବଦୁଲ୍ଲାଙ୍କ ବିଜୟ ଦାବି | ଧାରା ୩୭0 ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ | ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧0 ବର୍ଷ ପରେ ଅନୁଷ୍ଠିତ ହେଉଥିବା ୯0 ଟି ମଇଦାନକୁ ଓହ୍ଲାଇଛନ୍ତି ଓମାର ଅବଦୁଲ୍ଲା, ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଛନ୍ତି।

କିନ୍ତୁ ସବୁଠୁ ବଡ ଖବର ହେଉଛି ଓମର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାଶନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ଆମେ ଆଶା କରୁଛୁ ଯେ ଆମେ ଜିତିବୁ। ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜମ୍ମୁ କଶ୍ମୀରର ଭୋଟରମାନେ କ’ଣ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିବ। ଭୋଟ ଗଣନାରେ ସ୍ବଚ୍ଛତା ରହିବା ଉଚିତ୍‌ ବୋଲି ସେ କହିଛନ୍ତି।

Advertisement

ତେବେ ଆଜି ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ର ସଭାପତି ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ନୌସେରାରୁ ରବୀନ୍ଦ୍ର ସୈନୀ ଆଗରେ ଅଛନ୍ତି | ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ବିଜେପି ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଜାମ୍ମୁ କାଶ୍ମୀରରେ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ଅଛି। ବିଜେପିଠାରୁ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏହି ସମୟରେ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବୟାନ ସାମ୍ନାକୁ ଆସିଛି। ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା କରିଛନ୍ତି।

Leave a Reply

Your email address will not be published. Required fields are marked *