Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ କରିଦେଲେ କୁନି କାରିଗର , ନା ନେଇଥିଲେ ଟ୍ରେନିଂ ନା ଶିଖାଇଥିଲେ ଗୁରୁ ତଥାପି ନିଜ କୁନି ହାତରେ କରିଦେଲେ କମାଲ …..

1 min read

କୁନି କାରିଗର , କୁନି କୁନି ହାତ । କୁନି ହାତରେ ଗଢ଼ିଛନ୍ତି ମା ଦୁର୍ଗତୀନାଶିନୀ ଦେବୀ ଦୁର୍ଗା’ଙ୍କ ର ମୃଣୟୀ ମୂର୍ତ୍ତି । ଏବେ ପାର୍ବଣର ଋତୁ । ସବୁଆଡ଼େ ମା’ ଙ୍କ ଆବାହନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଟକ ନିମ ସାହି ଅଞ୍ଚଳର ସପ୍ତମ ଶ୍ରେଣୀ ବାଳକ ସୌମ୍ୟ କୁନି କୁନି ହାତରେ ଗଢ଼ି ଦେଇଛନ୍ତି ମା’ ଙ୍କ ର ମୃଣୟୀ ମୂର୍ତ୍ତି ।

କେବଳ ମା’ ଙ୍କ ମୂର୍ତ୍ତି ନୁହେଁ । ପାର୍ଶ୍ୱ ଦେବା ଦେବୀଙ୍କ ମୂର୍ତ୍ତିକୁ ଖୁବ୍ ନିଖୁଣ ଭାବେ ଗଢ଼ିଛନ୍ତି ସୌମ୍ୟ । ଏଥିପାଇଁ ନା ବିଧିବଦ୍ଧ ଶିକ୍ଷା ନେଇଛନ୍ତି ନା କାହାକୁ ଗୁରୁ କରିଛନ୍ତି ବରଂ ସେ ନିଜେ ନିଜର ଗୁରୁ । ତାଙ୍କ ନିଜ ପ୍ରେରଣା ହିଁ ବାଟ ବଢ଼େଇ ନେଇଛି ।

Advertisement

Leave a Reply

Your email address will not be published. Required fields are marked *