ସ୍ପଷ୍ଟ କଲା ସୂଚନା ଲୋକ ସମ୍ପର୍କ ବିଭାଗ , ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯାଇନି ୧ ଟଙ୍କା ..
1 min readଆକାଉଣ୍ଟକୁ ୧ ଟଙ୍କା ଯାଇନି । ‘ସୁଭଦ୍ରା’ ଟଙ୍କା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଯିବା ଖବରକୁ ଖଣ୍ଡନ କରିଛି ବିଭାଗ। ସୋସିଆଲ ମିଡିଆରେ ଚାଳିଥିବା ଖବରରେ ଭ୍ରମିତ ନ ହେବାକୁ ପରାମର୍ଶ ଦିଆଯାଇଛି। ଏପରି କୌଣସି ବ୍ୟବସ୍ଥା କରାଯାଇ ନ ଥିବା
ବିଭାଗ ସ୍ପଷ୍ଟୀକରଣ କରିଛି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ପଠାଯାଇଥିଲା। କିନ୍ତୁ ୨ ୟ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା ଏଯାବତ୍ ଗ୍ରହଣ କରାଯାଇ ନାହିଁ। ସୋଶାଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଇଛି।
‘ସୁଭଦ୍ରା’ ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ ସୁଭଦ୍ରାର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋଶାଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର- ୧୪୬୭୮କୁ କଲ୍ କରନ୍ତୁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।