Pratidin TV

Odisha's Digital News Platform

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ..

1 min read

ଓପିଏସ୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ। ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବାବେଳେ ଆଜି ବିଧିବଦ୍ଧ ଭାବେ ଓପିଏସ୍‌ସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଓପିଏସସିର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଅରୁଣ ଷଡ଼ଙ୍ଗୀଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ସ୍ବେଚ୍ଛାକୃତ ଅବସର ପରେ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଚାକିରିର ୧୦ ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ପରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *