Pratidin TV

Odisha's Digital News Platform

ଓମାର ଅବଦୁଲ୍ଲା ହେବେ ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ..

1 min read

ସାମ୍ନାକୁ ଆସିଲା ଜମ୍ମୁ-କଶ୍ମୀରର ନିର୍ବାଚନ ଫଳାଫଳ । ଜମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର। ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି। ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ଆସନରେ ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ହେଉଛି ୪୬। ଏନସି ଏଠାରେ ୫୨ସିଟରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୨୭ଟି ସିଟ୍‌‌ ପାଇଛି। ସେହିପରି ପିଡିପି ୨ଟି ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ସ୍ୱାଧୀନ ଦଳ ୯ଟି ସିଟରେ ଆଗୁଆ ରହିଛନ୍ତି। ଆପ୍ ଗୋଟିଏ ଆସନରେ ବିଜୟୀ ହୋଇଛି।

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ବିଜେପି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମଥର ଭୋଟ ହୋଇଥିଲା। ଏଥିରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ବିଜୟୀ ହେବାକୁ ଯାଉଛନ୍ତି। ବିଜେପି କେବଳ ୨୨ରୁ ୨୫ଟି ଆସନ ଜିତିପାରେ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରୁ ଆକଳନ କରାଯାଉଛି। ଓମାର ଅବଦୁଲ୍ଲା ବଡ଼ଗାମ ଓ ଗାନ୍ଦେରବଲ ଆସନରୁ ନିର୍ବାଚନ ଲଢ଼ୁଥିଲେ। ବଡ଼ଗାମରେ ଆସନରୁ ସେ ୧୮,୪୮୫ ଖଣ୍ଡ ଭୋଟରେ ଜିତିଥିବା ବେଳେ ଗାନ୍ଦେରବଲ ଆସନରେ ୧୫ ରାଉଣ୍ଡ ପରେ ୯,୭୬୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *