Pratidin TV

Odisha's Digital News Platform

ବୈଜ୍ଞାନିକ କଲେ ଆବିଷ୍କାର : ପୃଥିବୀ ତଳେ ରହିଛି ​ସବୁଠୁ ବଡ ସମୁଦ୍ର ..

1 min read

ପୃଥିବୀର ଆଭ୍ୟନ୍ତରରେ ରହିଛି ପ୍ରଶସ୍ତ ଓ ଗଭୀର ଜଳ ଭଣ୍ଡାର। ଭୂପୃଷ୍ଠରୁ ପାଖାପାଖି ୭୦୦ କିଲୋମିଟର ତଳେ ଏକ ବିଶାଳ ସମୁଦ୍ର ରହିଛି, ଯାହା ପୃଥିବୀର ସମସ୍ତ ମହାସାଗର ଠାରୁ ତିନି ଗୁଣ ଅଧିକ। ପୃଥିବୀ ତଳେ ଏଭଳି ବିଶାଳ ଜଳଭଣ୍ଡାର ଥିବା ନେଇ ପୂର୍ବରୁ କେହି କଳ୍ପନା ମଧ୍ୟ କରିନଥିଲେ। ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

ପ୍ରକୃତରେ ଇଲିନୋଇସର ନର୍ଥଓ୍ୱେଷ୍ଟର୍ନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଜଳର ଉତ୍ପତ୍ତି ଜାଣିବାକୁ ଚେଷ୍ଟା କରୁଥିଲେ। ଏହାକୁ ନେଇ ସେମାନେ ଦୀର୍ଘ ଦିନ ହେବ ଅନୁସନ୍ଧାନ ଜାରି ରଖିଥିଲେ। ତେବେ ଏହି ଅନୁସନ୍ଧାନରୁ ଏବେ ଗବେଷକଙ୍କୁ ଚକିତ କଲା ଭଳି ତଥ୍ୟ ମିଳିଛି। ଅଧ୍ୟୟନରୁ ପୃଥିବୀ ତଳେ ଏକ ବିଶାଳ ମହାସାଗର ଥିବା ଜଣାପଡିଛି। ଏହି ବିଶାଳ ଜଳଭଣ୍ଡାର ପୃଥିବୀର ଭୂପୃଷ୍ଠ ଠାରୁ ୭୦୦ କିଲୋମିଟର ତଳେ ଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି।

Advertisement

ଏଠି ପ୍ରଶ୍ନ ହେଉଛି ଯେ, ପୃଥିବୀ ଭିତରେ ୭୦୦ କିଲୋମିଟର ଗଭୀର ଭିତରେ ସମୁଦ୍ର କିପରି ଆବିଷ୍କୃତ ହେଲା? ବୈଜ୍ଞାନିକମାନେ ଏହି କାର୍ଯ୍ୟରେ ସିସମୋଗ୍ରାଫର ସାହାଯ୍ୟ ନେଇଥିଲେ । ସମଗ୍ର ଆମେରିକାରେ ସିସମୋଗ୍ରାଫର ବ୍ୟବସ୍ଥା କରାଯାଇଥିଲା । ଏଗୁଡ଼ିକ ଏପରି ତରଙ୍ଗ, ଯାହା ପୃଥିବୀ ତଳେ ଗଭୀରକୁ ଯାଇ ଆମ ପୃଥିବୀର ଆଭ୍ୟନ୍ତରୀଣ ଗଠନ ବିଷୟରେ ସୂଚନା ଦେଇପାରେ । ବୈଜ୍ଞାନିକମାନେ ୫୦୦ରୁ ଅଧିକ ଭୂକମ୍ପ ଝଟକା କୁ ଅଧ୍ୟୟନ କରିଥିଲେ । ସେ ଜାଣିବାକୁ ପାଇଲେ ଯେ, ଧାତୁ ଦେଇ ଯିବାବେଳେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ତରଙ୍ଗର ଗତି କମିଯାଏ । ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ ପଥର ମଧ୍ୟରେ ଜଳ ଅଛି ।

ଯଦିଓ ଏହାକୁ ସିଧାସଳଖ ସମୁଦ୍ର କୁହାଯିବ ନାହିଁ, କାରଣ ଏଗୁଡ଼ିକ ହେଉଛି ଏକ ସ୍ଫଟିକ୍ ସଂରଚନା ଭିତରେ ଫସି ରହିଥିବା ଜଳ ସ୍ଫଟିକ । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ପୃଥିବୀରେ ଉପସ୍ଥିତ ଥିବା ମହାସାଗରର ସ୍ଥିରତା ବଜାୟ ରଖିବାରେ ଏହି ଜଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଏହି ଜଳ ଭୂପୃଷ୍ଠରେ ଥାଆନ୍ତା, ତେବେ ପୃଥିବୀ ଉପରେ କେବଳ ପର୍ବତ ଦୃଶ୍ୟମାନ ହେଉଥାନ୍ତା ।

Leave a Reply

Your email address will not be published. Required fields are marked *