Pratidin TV

Odisha's Digital News Platform

ଏପଟେ ନିର୍ବାଚନ ରେଜଲ୍ଟ ଆସିଲା ସେପଟେ ୨ ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ

1 min read

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଜଣେ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ ।  କୋକରନାଗ ଅଞ୍ଚଳର ଶଙ୍ଗାରୁ ଜଣେ ଟେରିଟୋରିଆଲ୍ ଆର୍ମି ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିଛନ୍ତି । ଅନ୍ୟ ଜଣେ ଟେରିଟୋରିଆଲ୍ ଆର୍ମି ଯବାନ ଅପହରଣ ହେବା ପରେ ଖସିଯିବାରେ ସଫଳ ହୋଇଥିଲେ  | ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଏହି ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ କରୁଛି । ଯବାନଙ୍କ ବିଷୟରେ କୌଣସି ସୂଚନା ପାଇବା ପାଇଁ ଆଖପାଖ ଅଞ୍ଚଳରେ ଖୋଜା ଚାଲିଛି ।

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ । ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଭାରତୀୟ ସେନାର ୨ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କୀ । ସେମାନଙ୍କ ମଧ୍ୟରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟ ଜଣଙ୍କର ଏଯାବତ୍ କୌଣସି ପତ୍ତା ମିଳିନାହିଁ । ସେପଟେ ଖବର ପାଇ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଉକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି । ତେବେ ଅପହରଣ ହୋଇଥିବା ଯବାନମାନେ ହେଉଛନ୍ତି ଟେରିଟୋରିଆଲ ଯବାନ । ଅନନ୍ତନାଗ ଜିଲ୍ଲାର କୋକେରନାଗର ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରିଛନ୍ତି ଆତଙ୍କବାଦୀ ।

Advertisement

୨୦୨୦ ମସିହାରେ ଆତଙ୍କବାଦୀମାନେ ଏଭଳି ଭୟଭୀତ କାର୍ଯ୍ୟ କରିଥିଲେ। ତା’ପରେ କାଶ୍ମୀରରେ ଟେରିଟେରାଲ୍ ଆର୍ମି ଯବାନ ଶାକିର ମଞ୍ଜୁର ବାଗେଙ୍କୁ ଅପହରଣ କରାଯାଇଥିଲା । ଏହି ଘଟଣାର ପାଞ୍ଚ ଦିନ ପରେ ପରିବାର ଲୋକ ଘର ନିକଟରେ ଶାକିରଙ୍କ ପୋଷାକ ପାଇଥିଲେ । ଏହି ଘଟଣା ୨ ଅଗଷ୍ଟରେ ହୋଇଥିଲା  । ତା’ପରେ ୨୪ ବର୍ଷୀୟ ଶାକିର ବାଗେ ଦକ୍ଷିଣ କାଶ୍ମୀରର ଶୋପିଆନ୍ ହରମାନରେ ଥିବା ତାଙ୍କ ଘର ନିକଟରେ ନିଖୋଜ ହୋଇଯାଇଥିଲେ । ଗୋଟିଏ ବର୍ଷ ପରେ ଅର୍ଥାତ୍ ୨୦୨୧ ମସିହା ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରୁ ତାଙ୍କର ମୃତଦେହ ମିଳିଥିଲା।

Leave a Reply

Your email address will not be published. Required fields are marked *