Pratidin TV

Odisha's Digital News Platform

ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଭାଇରାଲ ହେଉଛି ସାରାଙ୍କ ଫଟୋ ; ୟ୍ୟୁଜର୍ସ କହିଲେ ‘ଆର୍ଯ୍ୟନ ନା ସୁଭମନ୍ ଗିଲ୍ ’

1 min read

ମୁମ୍ବାଇ : ବଲିଉଡ୍‌ର ବିଗ୍‌ବ୍ରେକିଙ୍ଗ୍‌ରେ ଗର୍ଜିୟସ୍ ଡିବା ସାରା ଅଲ୍ଲୀ ଖାନ୍ । ଭାଇଙ୍କ ସହ ବିକିନ୍ ଫଟୋସୁଟ୍ ଚର୍ଚ୍ଚା ପରେ, ଏବେ ମିଷ୍ଟ୍ରି ମ୍ୟାନ୍‌ଙ୍କୁ ନେଇ ଚାଲିଛି ଗୁଜବ୍ ।

ନିକଟରେ ସାରା ଅଲ୍ଲୀଖାନ ନିଜ ଶୀତଋତୁର ଛୁଟିକୁ କିପରି ସାଙ୍ଗମାନଙ୍କ ସହ କାଟିଲେ । ତାହା ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ପ୍ରଶଂସକମାନଙ୍କୁ ଜଣାଇଥିଲେ । କେଉଁ ଫଟରେ ସାରା ଖୁବ୍ ସାରା ମସ୍ଥି କରୁଥିଲେ ତ କେଉଁ ଫଟରେ ଅଦା କିଣୁଥିଲେ । ପୁଣି କେଉଁ ଫଟରେ ଖଟି ମାରୁଥିଲେ । କିନ୍ତୁ ୟୁଜର୍ସଙ୍କ ନଜର ସେଇ ଫଟୋ ଉପରକୁ ଗଲା ଯେଉଁଥିରେ ଜଣେ ମିଷ୍ଟ୍ରିମ୍ୟାନ ବା ନିଜ ମୁହଁ ଲୁଚାଇଥିବା ବ୍ୟକ୍ତିଙ୍କ ସହ ସାରା ଫୁଲ୍ ଜୋଶ୍‌ରେ ପୋଜ୍‌ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ୟୁଜର୍ସଙ୍କ ମଧ୍ୟରେ ସାରାଙ୍କ ରିଲେସନସିପ୍‌କୁ ନେଇ ଗସିପ୍ ଚାଲିଛି ।

Advertisement

କିଛି ମାସ ତଳେ ସାରା ଏକ ରେଷ୍ଟୁରେଣ୍ଟରେ ମିଷ୍ଟ୍ରିମ୍ୟାନଙ୍କ ସହ ନଜର ଆସିଥିଲେ । ତେବେ ୟୁଜର୍ସଙ୍କ ନଜରରୁ କଣ କିଏ ଲୁଚିପାରିଛି । ସାରା କ୍ରିକେଟର ସୁଭମନ୍ ଗିଲ୍‌ଙ୍କ ସହ ରେଷ୍ଟୁରାଣ୍ଟରେ ଥିଲେ ବୋଲି ଖବର ସାମ୍ନାକୁ ଆସିଥିଲା । ତେବେ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଛନ୍ତି ବୋଲି ଖବର ଚର୍ଚ୍ଚା ଧରିଥିଲା । କିନ୍ତୁ ଏ ବିଷୟରେ ଦୁହିଁଙ୍କ ମଧ୍ୟରୁ କେହିବି ପ୍ରତିକ୍ରିୟା ଦେଇନଥିଲେ ।

ଏବେ ଭାଇରାଲ ହେଉଥିବା ଫଟୋରେ ସାରା ରେଡ୍ କଲର ଟପ୍ ଗୋଲଡେନ୍ ଜ୍ୟାକେଟ୍ ସହ ବ୍ଲାକ୍ ଟ୍ରାଉଜରରେ ନଜର ଆସିବା ବେଳେ । ମିଷ୍ଟ୍ରିମ୍ୟାନ ଜଣଙ୍କ ବ୍ଲାକ୍ ପ୍ୟାଣ୍ଟ, ବ୍ଲାକ୍ ଟିସର୍ଟ ଏବଂ ବ୍ଲାକ୍ ଜ୍ୟାକେଟ୍‌ରେ ନଜର ଆସୁଛନ୍ତି ।
ତେବେ ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ୟୁଜର୍ସମାନେ ପୋଷ୍ଟରେ କମେଣ୍ଟ ଗଦା କରିପକାଇଛନ୍ତି । କେହି ମିଷ୍ଟ୍ରିମ୍ୟାନଙ୍କୁ କାର୍ତ୍ତିକ ଆର୍ଯ୍ୟନ କହିଛନ୍ତି ତ କେହି କ୍ରିକେଟର ସୁଭମନ୍ ଗିଲ୍ । ପୁଣି ଆଉ କେହି ସାରାଙ୍କ ଭାଇ ଇବ୍ରାହିମ୍‌ଙ୍‌କ ନାଁ ନେଇଛନ୍ତି । କାରଣ ପ୍ରାୟତ ସାରା ଛୁଟିଦିନ ମାନଙ୍କରେ ନିଜ ପରିବାର ସହ ବୁଲିବାକୁ ପସନ୍ଦ କରନ୍ତି ।

ନିକଟରେ ସାରା ଇବ୍ରାହିମ୍ ଏବଇ ତାଙ୍କ ମାଁ ମାଲଦ୍ୱୀପ୍ ଯାଇ ସେଠାରୁ ଫଟୋ ପୋଷ୍ଟ କରିଥିଲେ ଯାହା ଖୁବ୍ ଭାଇରାଲ ହେବା ସହ ବିବାଦ ଘେରରେ ମଧ୍ୟ ଥିଲା । କାରଣ ସରା ଭାଇ ଇବ୍ରାହିମ୍‌ଙ୍କ ସହ ବିକିନ୍‌ି ପିନ୍ଦି ଫଟୋ ପୋଷ୍ଟ କରିଥିଲେ । ଏନେଇ କିଛି ଲୋକ ପ୍ରତିବାଦ କରିଥିଲେ । ଏବଂ କିଛି ଟ୍ରୋଲ ମଧ୍ୟ କରିଥିଲେ । ମୁସଲିମ୍ ଧର୍ମକୁ ନେଇ ତାହା ଏକ ଲଜ୍ୟା ବୋଲି କିଛି କମେଣ୍ଟ ମଧ୍ୟ ଦେଇଥିଲେ । ତେବେ ବର୍ତ୍ତମାନ ସାରାଙ୍କ ସହ ମିଷ୍ଟ୍ରିମ୍ୟାନ ତାଙ୍କ ଭାଇ ଇବ୍ରାହିମ୍ ବୋଲି ପ୍ରଶଂସକମାନେ ଦାବା କରୁଛନ୍ତି ।

Leave a Reply

Your email address will not be published. Required fields are marked *