Pratidin TV

Odisha's Digital News Platform

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ! ୧୧ରୁ ବଢ଼ିବ ବର୍ଷା, ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

1 min read

ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା | ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଏବଂ ଉତପ୍ତ ବାୟୁ ମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି | ତବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି | ଆଜି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସହ କୋରାପୁଟ, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ରାୟଗଡା, କନ୍ଧମାଳ ଆଦି ଜିଲ୍ଲାର କିଛି ଷଷ୍ଠରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି |

ତେବେ ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ | ମୟୁରଭଞ୍ଜ, ବାଲେଶ୍ୱର, କେଉଁଝର, ଭଦ୍ରକ, ସୁନ୍ଦରଗଡ, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବାର ଭୟଙ୍କର ସତର୍କ ସୂଚନା ଜାରି କରାଯାଇଛି | ତେବେ ଅନ୍ୟପଟେ ଦଶହରାରେ [ପାଗ ମେଘୁଆ ରହିବ ବୋଲି ପୂର୍ବାନୁମାନ କରାଯାଇଛି | ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ | ଦଶହରାରେ ଅନେକ ଷଷ୍ଠରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି |

Advertisement

Leave a Reply

Your email address will not be published. Required fields are marked *