Pratidin TV

Odisha's Digital News Platform

ମଞ୍ଚ ଉପରେ ନିଶା ମହାରଣାଙ୍କୁ ଚେୟାର ଫିଙ୍ଗିଲେ ଦର୍ଶକ…

1 min read

ଏବେ ବି ଲୋକଙ୍କ କ୍ରେଜ୍ ଯାତ୍ରା ପ୍ରତି ରହିଛି। ଗାଁ ଗଣ୍ଡାରେ ରାତିଅଧିଆ ଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଉଛି। ରାତି ଅନିଦ୍ରା ହେଇ ଲୋକ ଯାତ୍ରା ଦେଖି ଦିଲ୍ ଖୁସ୍ କରୁଛନ୍ତି। ହେଲେ ଯାତ୍ରାର ବହି ଆରମ୍ଭ ପୂର୍ବରୁ ହୋଇଥାଏ ମେଲୋଡି। ଏଥିରେ ଯାତ୍ରା ଡ୍ୟାନ୍ସର ହୁଅନ୍ତୁ ବା ଅଭିନେତା କି ଅଭିନେତ୍ରୀ ନିଜର ଜଲୱା ଦେଖାଇଥାନ୍ତି । ଏବେ ଡ୍ୟାନ୍ସର ନିଶା ମହାରଣାଙ୍କୁ ଚାଲିଛି ବେଶ୍ ଚର୍ଚ୍ଚା। ଅନେକ ଯାତ୍ରା ଅପେରା ପାର୍ଟି ମେଲୋଡି ପାଇଁ ନିଶାଙ୍କୁ ନିମନ୍ତ୍ରଣ ଦେଉଛନ୍ତି ।ହେଲେ ଯାତ୍ରା ଜଗତର ଜଣାଶୁଣା ଚେହେରା ନିଶା ମହାରଣା ନିଜର ହରକତ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଯାତ୍ରା ମଞ୍ଚରେ ତାଙ୍କର ଅଶ୍ଳୀଳ ନୃତ୍ୟ ପାଇଁ ଅନେକ ସମୟ ବିବାଦ ମଧ୍ୟକୁ ଠେଲି ହୋଇ ଯାଆନ୍ତି। ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି। ଯାତ୍ରା ମଞ୍ଚରେ ନିଶା ଅଶ୍ଳୀଳ ନୃତ୍ୟ ପରୀବେଷଣ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ ।

ଏଥିରେ ସେ ଆହତ ହୋଇ ମଞ୍ଚ ଛାଡି ଚାଲିଆସିଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁରରେ । ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଠାରେ ମାଆ କାମୁଡ଼େଇ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅୟୋଜିତ ହୋଇଥିଲା ଯାତ୍ରା । ଉକ୍ତ ଯାତ୍ରାରେ ନୃତ୍ୟ ପରିବେଷଣ କରୁଥିବା ନିଶା ମହାରଣାଙ୍କୁ ଦର୍ଶକ ଚେୟାର ଫିଙ୍ଗିଥିବା ବେଳେ ଚେୟାରଟି ସିଧା ତାଙ୍କ ମୁଣ୍ଡରେ ଯାଇ ବାଜିଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଁଥିଲା ।ଯାହାଫଳରେ ସେ ନୃତ୍ୟ ଅଧାରୁ ଯାତ୍ରା ପେଣ୍ଡାଲ ଛାଡି ଚାଲିଯାଇଥିଲେ । ତେବେ ଯାହା ସୂଚନା ମିଳିଛି କି, ଗତକାଲି ରାତିରେ ଅପେରା ସ୍ଵପ୍ନ ମହଲର ତୃତୀୟ ରଜନୀରେ ଅତିଥି କଳାକାର ଭାବେ ମେଲୋଡିରେ ଆସି ଆଇଟମ ସଙ୍ଗରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ବେଳେ ଜଣେ ଦର୍ଶକ ତାଙ୍କ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ କରିଥିଲେ ।

Advertisement

ଯାହା ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଚେୟାରଟି ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ସେ ତୁରନ୍ତ ଯାତ୍ରା ମଞ୍ଚ ଉପରୁ ଗ୍ରୀନ୍ ରୁମ୍ କୁ ପଳାଇ ଯାଇଥିବାର ଦେଖିବାକୁ ମିଳୁଛି । ତେବେ ନିଶାଙ୍କୁ ଚେୟାର ମାଡ ପରେ କିଛି ସମୟ ପାଇଁ ମେଲୋଡି ପରିବେଷଣ ବନ୍ଦ ରହିବା ସହ ଏହି ଘଟଣାକୁ ନେଇ ଉଭୟ ମଞ୍ଚ ଉପରେ ଓ ବାହାରେ କିଛି ଉତ୍ତେଜନା ପ୍ରକାଶ ପାଇଥିଲା । ଏପଟେ କୋରେଇ ପୋଲିସ୍ ଓ ଯାତ୍ରା କମିଟି ସଦସ୍ୟ ମାନେ ଅଭିନେତ୍ରୀ ନିଶାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *