Pratidin TV

Odisha's Digital News Platform

ପିଶାଚ ବାପା ! ୧୪ ମାସର ପୁଅକୁ ହତ୍ୟା କରି ୧୦ ବର୍ଷ ର ଝିଅର କାଟିଲା ଗଳା …

1 min read

ବାପା ପାଲଟିଗଲା କ୍ରୋଧ ରାକ୍ଷସ । ନିଜ ହାତରେ କୁନି ପୁଅକୁ କଲା ହତ୍ୟା । କେବଳ ଏତିକି ନୁହେଁ ୧୦ ବର୍ଷ ର ଝିଅକୁ ଛୁରା ମାଡ଼ କରି ହତ୍ୟା ଉଦ୍ୟମ କରିଛି । ଘରୋଇ କଳିରୁ   ନିଜ ପୁଅକୁ ଜଣେ ବାପା ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏପରି ଏକ ଘଟଣା ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା  କୁଟିଆପଡ଼ା ରୁ ସାମ୍ନାକୁ ଆସିଛି ।

ସୈତାନ ବାପାର ଜଘନ୍ୟ କାଣ୍ଡ । ୧୪ ମାସର ପୁଅକୁ କୁଅ ରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର  ଗଳା କାଟି ଶରୀରର ବିଭିନ୍ନ  ଜାଗାରେ ଛୁରା ମାରି କ୍ଷତ ବିକ୍ଷତ କରି ଗୁରୁତର ଆହତ କରିଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କୁଟିଆପଡ଼ା ଗାଁର କିଶୋର ମାଝି ଘରେ ତାର ସ୍ତ୍ରୀ  ଜୟନ୍ତୀ ମାଝୀ ନଥିବା ବେଳେ  ଔଷଧ ଦେଇ ଗାଁ ପାଖ କୂଅରେ ଶିଶୁପୁତ୍ରକୁ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଥିଲା।

Advertisement

ତେବେ ଏନେଇ ପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିଲା। ପରେ ଗାଁ ଲୋକ ଘଟଣା ସମ୍ପର୍କରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ  ଏନେଇ ସ୍ତ୍ରୀ  ଜୟନ୍ତୀ ମାଝୀ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବୋଡ଼େନ ପୋଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏହା ଏକ ପାରିବାରିକ କଳହରୁ ଏପରି ଲୋମହର୍ଷଣ ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବେଳେ ଅଭିଯୁକ୍ତ ଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି ।

Leave a Reply

Your email address will not be published. Required fields are marked *