Pratidin TV

Odisha's Digital News Platform

ଶଙ୍ଖ ଭବନରେ ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ 

1 min read

ବୁଧବାର ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଶଙ୍ଖ ଭବନରୁ ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକାମ୍ର ନିର୍ବଚନ ମଣ୍ଡଳୀରୁ ପ୍ରଥମ ସଦସ୍ୟ ଭାବେ ନିଜ ସଦସ୍ୟତା ନବୀକରଣ କରିଛନ୍ତି ନବୀନ । ଏହି ଅଭିଯାନ ଆଗାମୀ ଦୁଇ ମାସ ଧରି ଫିଜିକାଲି ଓ ଡିଜିଟାଲି ହେବ । ୧କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ଦଳ ।

ତେବେ ଗତ ଥର ୧ କୋଟି ସଭ୍ୟ ସଂଗ୍ରହ ଦଳ କରିଥିଲା | ଏଥର ମଧ୍ୟ ସମାନ ଟାର୍ଗେଟ ରଖିଛି ବିଜେଡି | ୱାର୍ଡ ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳି ଯାଏଁ ବିଭିନ୍ନ ସଭା ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୁରଣ କରାଯିବ | ତେବେ ପ୍ରଥମ ସଦସ୍ୟତା ପୂରଣ କରିବେ ନବୀନ | ପରେ ଦଳର ବରିଷ୍ଠ ନେତାମାନେ ସଦସ୍ୟତା ନବୀକରଣ କରିବେ | ଏହାପରେ ନୂଆ ସଦସ୍ୟତା ପାର୍ଟି ସହ ଯୋଡି ହେବେ | ସବୁ ଜିଲ୍ଲା ଏହି ସଦସ୍ଯ ସଂଗ୍ରହ ଅଭିଯାନ ହେବ । ଫୋକସ୍‌ରେ ଛାତ୍ର,ଯୁବ ଓ ମହିଳା ବର୍ଗ । ଦଳକୁ ସୁଦୃଢ ଓ ମଜଭୁତ ଲକ୍ଷ୍ୟରେ ପ୍ରତି ବର୍ଗର ଲୋକଙ୍କୁ ବିଜେଡି ସହ ଯୋଡି ହେବାକୁ ଆହ୍ବାନ କରିଛନ୍ତି ଦଳର ସଭାପତି ନବୀନ । ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତା ୨ମାସ ଯାଏ ଚାଲିବ । ପ୍ରତି ୩ ବର୍ଷରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୋଇଥାଏ |

Advertisement

Leave a Reply

Your email address will not be published. Required fields are marked *