Pratidin TV

Odisha's Digital News Platform

ପୁଣି ଅଡୁଆରେ ଶିଳ୍ପା ସେଟ୍ଟି , କୋର୍ଟରେ ଅଭିନେତ୍ରୀଙ୍କ ବିରୋଧରେ ରୁଜୁ ହେଲା ମାମଲା …

1 min read

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସ୍ବାମୀ ରାଜ କୁନ୍ଦ୍ର ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗରେ ଗିରଫ ହେବା ପରେ ଏବେ ତାଙ୍କ ନାଁରେ   ମୁଜାଫରପୁର ସିଜେଏମ୍ କୋର୍ଟରେ  ଅଭିଯୋଗ ହୋଇଛି । ଏହି ମାମଲାର ଶୁଣାଣି ୧୧ ନଭେମ୍ବର ୨୦୨୪ରେ ହେବ। ତେବେ ସାଧାରଣ ଲୋକଙ୍କ ସୁବିଧାକୁ ବାଧା ଦେଉଥିବା ଅଭିଯୋଗ ହୋଇଛି। ରବିବାର ସନ୍ଧ୍ୟାରେ ଶିଳ୍ପା ସେଟ୍ଟୀ କଲ୍ୟାଣ ଜୁଏଲାରୀର ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କଲାମ ବାଗ ଛକ ନିକଟରେ ଏହି ଘଟଣା ଘଟିଥିଲା। ଯେଉଁଠି ଶିଳ୍ପା ସେଟ୍ଟୀ ଅତିଥି ଭାବେ ପହଞ୍ଚିଥିଲେ। ଏଭଳି ସ୍ଥିତିରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ ସାଧାରଣ ଲୋକଙ୍କୁ ପ୍ରବଳ ଜାମ୍ ର ସମ୍ମୁଖୀନ ହେବାକୁ ପଡ଼ିଥିଲା।

 ତେଣୁ  ସେ ଅଭିନେତ୍ରୀଙ୍କ ସମେତ ଡିଏମ ସୁବ୍ରତ ସେନ, କଲ୍ୟାଣ ଜୁଏଲର୍ସର ଟିମ କଲ୍ୟାଣ ରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ନଭେମ୍ବର ୧୧ ରେ ହେବ। ଚଳିତ ବର୍ଷ ଜୁନ୍ ମାସରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଆଇନଗତ ଅସୁବିଧାରେ ପଡ଼ିଥିବାର ନଜର ଆସିଥିଲେ। ତାଙ୍କୁ ଠକେଇ ଅଭିଯୋଗରେ ଜଣେ ବ୍ୟବସାୟୀ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ତା’ପରେ କୋର୍ଟ ଏହାର ନିର୍ଦ୍ଦେଶ।

Advertisement

Leave a Reply

Your email address will not be published. Required fields are marked *