Pratidin TV

Odisha's Digital News Platform

ସ୍ଥଳ ଭାଗକୁ ମାଡ଼ି ଆସୁଛି  ବାତ୍ୟା ‘ମିଲଟନ୍‌’ …

1 min read

ସ୍ଥଳ ଭାଗକୁ ମାଡି ମାଡ଼ି ଆସୁଛି ହରିକେନ୍ ମିଲଟନ୍ ।  ଏହି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ କ୍ୟାଟାଗୋରି-ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି । ଏବେ ଏହା ଟାମ୍ପା ଫ୍ଲୋରିଡ଼ା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୪୮୫ କିଲୋମିଟର ଦୂରରେ ରହିଛି । ଏହା ଆସନ୍ତାକାଲି ଫ୍ଲୋରିଡ଼ା ସମୟ ଭୋର୍ ୨ଟାରୁ ସକାଳ ୬ଟା ମଧ୍ୟରେ ସେଣ୍ଟ୍ରାଲ୍ ଗଲ୍ଫ କୋଷ୍ଟରେ ଲ୍ୟାଣ୍ଡଫଲ୍ କରିପାରେ ।

ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଅସ୍ବାଭାବିକ ଭାବେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି ଏବଂ ଲ୍ୟାଣ୍ଡଫଲ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ୧୦ ଫୁଟ୍ ଉଚ୍ଚ ସମୁଦ୍ର ଜୁଆର ଆସିପାରେ ।  ଫ୍ଲୋରିଡାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସାରିଲାଣି। ପାଣିପାଗ ବିଭାଗର ସୂଚନା ଅନୁସାରେ ପ୍ଲୋରିଡ଼ାରେ ସାମୁଦ୍ରିକ ଝଡ଼ ଯୋଗୁଁ ପ୍ରବଳ ଝଡ଼ତୋଫାନ ସହ ବର୍ଷାର ଆଶଙ୍କା ରହିଛି। ଫ୍ଲୋରିଡ଼ାର ୧୧ଟି କାଉଣ୍ଟିରେ ଏହାର ପ୍ରଭାବପଡ଼ିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୨ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *