Pratidin TV

Odisha's Digital News Platform

ଏକ ଯୁଗର ଶେଷ ; ରତନ ଟାଟାଙ୍କ ବିୟୋଗରେ କାନ୍ଦିଲେ ଏହି ୪ ମହାରଥୀ …

1 min read

ପରଲୋକରେ ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା । ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟା । ଅକ୍ଟୋବର ୯ ସନ୍ଧ୍ୟାରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ଭାରତ ଖାଲି ଜଣେ ଭେଟେରାନ, ବିଜ୍ଞ ତଥା ଜଣେ ହୃଦୟବାନ୍ ଉଦ୍ୟୋଗପତିକୁ ହରାଇନି ବରଂ ଜଣେ ଶ୍ରେଷ୍ଠ ଜୀବନ୍ତ ଉଦାହରଣ, ଯାହା ଆଜି ଇତିହାସ ପାଲଟିଛି । ଜଣେ ଉଦ୍ୟୋଗପତି ଯାହାକୁ ଆଜି ସାରା ଦେଶ ଝୁରୁଛି । ଯାହାର ଜୀବନ ଯାତ୍ରା, ଦେଶ ପ୍ରତି ଅବଦାନ ଏବଂ ମଣିଷ ପଣିଆର ନିଦର୍ଶନ କାଳ କାଳ ପର୍ଯ୍ୟନ୍ତ ଗୁଞ୍ଜରିତ ହେବ ।

ଜଣେ ଲିଜେଣ୍ଡ ବା ମହାମହିମଙ୍କ ବିୟୋଗରେ ବୁଡିଛି ପୁରା ଅଖଣ୍ଡ ଭାରତ । ଏହାରି ଭିତରେ ଭାରତର ନାମିଦାମୀ ଶିଳ୍ପପତୀ ମାନେ ମଧ୍ୟ ଲୋତକ ଖରାଇଛନ୍ତି ।କାରଣ ରତନ ଟାଟାଙ୍କ ପରି ନିସ୍ୱାର୍ଥପର ମଣିଷ ଆଉ ଭାରତ ପାଇଁ ୬୮ ପ୍ରତିଶତ ନିଜ ରୋଜଗାରରୁ ଦାନ କରୁଥିବା ଲୋକ ଖୁବ୍ କମ୍ ।

Advertisement

ମୁକେଶ ଅମ୍ବାନୀ: ଭାରତ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଦିନ, କେବଳ ଟାଟା ଗ୍ରୁପ୍ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ରତନ ଟାଟାଙ୍କ ବିୟୋଗ ମୋତେ ବହୁତ ଦୁଃଖ ଦେଇଥାଏ, କାରଣ ମୁଁ ମୋର ବନ୍ଧୁଙ୍କୁ ହରାଇଛି।

ଗୌତମ ଆଦାନୀ: ଭାରତ ଏକ ମହାନ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କୁ ହରାଇଛି।

ଆନନ୍ଦ ମହିନ୍ଦ୍ରା: ରତନ ଟାଟାର ଅନୁପସ୍ଥିତିକୁ ମୁଁ ଗ୍ରହଣ କରିବାକୁ ସକ୍ଷମ ନୁହେଁ, କାରଣ ମହାନ ବ୍ୟକ୍ତି କଦାପି ମରନ୍ତି ନାହିଁ ।

ସୁନ୍ଦର ପିଚାଇ: ମୋର ଶେଷ ବୈଠକରେ ରତନ ଟାଟାଙ୍କ ଦର୍ଶନ ଶୁଣିବା ମୋ ପାଇଁ ପ୍ରେରଣାଦାୟକ ଥିଲା। ସେ ଭାରତରେ ଆଧୁନିକ ବ୍ୟବସାୟ ନେତୃତ୍ୱର ମାର୍ଗଦର୍ଶନ ତଥା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଅଶ୍ଫାକ ରେହମାନ: ଦେଶର ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜଋଚଖ ର ପରିଚାଳନା ନିର୍ଦ୍ଦେଶକ ଆଶଫାକ ରେହମାନ କହିଛନ୍ତି ଯେ ରତନ ଟାଟା ମୋର ପ୍ରତିମା ଥିଲା। ମୁଁ ତାଙ୍କଠାରୁ ଅନେକ କିଛି ଶିଖିବାର ସୁଯୋଗ ପାଇଲି ଟାଟା ରତନ । ନା, ସେ ଭରତ ରତ୍ନା ଥିଲେ । ତାଙ୍କ ଶୋକରେ, ଜଋଚଖ ଅହମ୍ମଦାବାଦ ଏବଂ ଟାଟାର ସମସ୍ତ ୟୁନିଟ୍ ଏବଂ କାରଖାନା ଆଜି ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *